42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ

ମଧ୍ୟପ୍ରଦେଶ :ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର ସନ୍ଧ୍ୟାରେ ଜିଲ୍ଲାର ପାଟର ପୋଲିସ ଷ୍ଟେସନ ଅନ୍ତର୍ଗତ ଦେବଡୋଗ୍ରା ଗ୍ରାମ ନିକଟରେ ବୋଲେରୋ ଗାଡିରେ ପାଞ୍ଚ ଜଣ ପାଟେର ଆଡକୁ ଯାଉଥିଲେ। ଏହି ସମୟରେ ଗାଡିଟି ନିୟନ୍ତ୍ରଣ ହରାଇ ଏକ ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତି ହେଉଛନ୍ତି ରଘୁବୀର ଓ ତାଙ୍କ ପୁତ୍ର ଚିତ୍ର ସିଂ । ଗାଡ଼ିରେ ଥିବା ଅନ୍ୟ ସଵାରୀ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଡାକ୍ତରଖାନାରେ ଦିଲୀପ ସିଂଙ୍କୁ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଅନ୍ୟ ତିନି ଜଣ ଆହତ ହୋଇଥିବାବେଳେ ଦାମୋଦର ତିୱାରୀଙ୍କ ପୁଅ ରମାକାନ୍ତ, ଥାମନ ସିଂ ଏବଂ ଅନ୍ୟ ଜଣେଙ୍କୁ ଜବଲପୁରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଜବଲପୁର ଯିବାବେଳେ ରମାକାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେପଟେ ଅନ୍ୟ ଦୁଇ ଆହତ ଜବଲପୁରର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking