40.1 C
Bhubaneswar
Saturday, April 27, 2024
Homeଓଡିଶାଟ୍ରକକୁ ପଛ ପଟୁ ଧକ୍କା ଦେଲା ସ୍କର୍ପିଓ

ଟ୍ରକକୁ ପଛ ପଟୁ ଧକ୍କା ଦେଲା ସ୍କର୍ପିଓ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ମେଡିକାଲ ଛକରେ ଘଟିଛି ସଡକ ଦୁର୍ଘଟଣା । ଦୁର୍ଘଟଣାରେ କେହି ମୃତାହତଙ୍କ ସୂଚନା ମିଳିନାହିଁ । ସୂଚନା ଅନୁସାରେ, ଆଜି ହୋଲି ପାଇଁ ଗାଁ ଠାରୁ ଆରମ୍ଭ କରି ସହର ଉତ୍ସବ ମୁଖର ହୋଇପଡିଛି । ସୁନ୍ଦରଗଡ଼ ସହର ମେଡିକାଲ ଛକ ଅଞ୍ଚଳରେ ଗୋଟେ ସ୍କର୍ପିଓ ପ୍ରଥମେ କାର ଓ ପରେ ୩ଟି ବାଇକ ଓ ସାଇକେଲକୁ ଧକ୍କା ଦେବା ପରେ ରାସ୍ତାକଡ଼ରେ ଥିବା ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକ , ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କର୍ପିଓ ଚାଳକକୁ ଅଟକ ରଖିଥିଲା । ସ୍କର୍ପିଓ ଚାଳକ ମଦ ପିଇ ଗାଡ଼ି ଚଳାଉଥିବାରୁ ସଡ଼କ ଦୁର୍ଘଟଣା ଘଟିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ଚାଳକକୁ ଗିରଫ କରିବା ସହିତ ସ୍କର୍ପିଓ କୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking