33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଉଜ୍ଜୟିନୀର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ

ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ

ମଧ୍ୟପ୍ରଦେଶ : ଗତକାଲି ମଧ୍ୟପ୍ରଦେଶ ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳ ମନ୍ଦିରରେ ଚାଲିଥାଏ ପୂଜାପାଠ । ଗର୍ଭଗୃହରେ ଭସ୍ମ ଆଳତୀ ଚାଲିଥିବାବେଳେ ହଠାତ ଅଗ୍ନିକାଣ୍ଡ ଘଟଣାରେ କୋକୁଆ ଭୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଆଳତୀ ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ସଙ୍ଗେ ସଙ୍ଗେ ଜଣଙ୍କ ପରେ ଜଣେ ପୂଜାରୀ ଦେହରେ ମହାକାଳ ମନ୍ଦିରରେ ଲାଗିଲା ନିଆଁ ଲାଗିବା ଫଳରେ ମୋଟ ୧୪ରୁ ଅଧିକ ଆହତ ହୋଇଛନ୍ତି । ଭକ୍ତଙ୍କ ପ୍ରବଳ ଭିଡ ଥିବାରୁ କିଛି ଜଣ ଆହତ ମଧ୍ୟ ହୋଇଥିବା ସୂଚନା ରହିଛି । ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ଉଜ୍ଜୟିନୀ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ତେବେ କେଉଁ କାରଣରୁ ଏବଂ କେଉଁ ପଦାର୍ଥ ଯୋଗୁଁ ନିଆଁ ଲାଗିଲା ତାର ତଦନ୍ତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking