42.1 C
Bhubaneswar
Saturday, April 27, 2024
Homeଓଡିଶାଯୁବକଙ୍କ ହାତରେ ଫୁଟିଲା ବାଣ

ଯୁବକଙ୍କ ହାତରେ ଫୁଟିଲା ବାଣ

ନୟାଗଡ଼ : ନୟାଗଡ଼ ଜିଲ୍ଳା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକ ପଡ଼ା ଗ୍ରାମରେ ଘଟିଛି ଅଘଟଣ। ଜଣେ ଯୁବକଙ୍କ ହାତରେ ବାଣ ଫୁଟି ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣଙ୍କ ହେଲେ ନାହାକ ପଡ଼ା ଗ୍ରାମର ଅଜୟ ସେଠୀ। ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୋଳ ମେଲଣ ପ୍ରୋସେସନରେ ଅଜୟ ବାଣ ଫୁଟାଉଥିଲେ। ଏହି ସମୟରେ ତାଙ୍କ ହାତରେ ବାଣ ଫୁଟି ଯାଇଥିଲା। ଅଜୟଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking