30.1 C
Bhubaneswar
Monday, May 6, 2024
Homeଓଡିଶାଅଗଷ୍ଟରେ ଆଉ ମୌସୁମୀ ସକ୍ରିୟ ସମ୍ଭାବନା ନାହିଁ

ଅଗଷ୍ଟରେ ଆଉ ମୌସୁମୀ ସକ୍ରିୟ ସମ୍ଭାବନା ନାହିଁ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ନାହିଁ । ମରୁଡି ଆଶଙ୍କା ପ୍ରକାଶ ପାଇଛି । ଏସଂପର୍କରେ ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ଓଡିଶାରେ ଏଯାଏ ମୋଟ ୩୩ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । କେବଳ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ପରିମାଣ ୫୫ ପ୍ରତିଶତ ରହିଛି । ରାଜ୍ୟର ମୋଟ ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । କେବଳ କୋରାପୁଟ, ମାଲକାନଗିରି, ନୂଆପଡା ଛାଡି ସବୁଠି ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଆଗାମୀ ୫ ଦିନ ଯାଏଁ ଓଡିଶାରେ ବର୍ଷା ହେବାର ସମ୍ଭାବନା ନାହିଁ । କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ ବର୍ଷା ନାହିଁ । ଅଗଷ୍ଟରେ ଆଉ ମୌସୁମୀ ସକ୍ରିୟ ସମ୍ଭାବନା ନାହିଁ । ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା ଲାଗି ରହିବ ବୋଲି ସେ କହିଛନ୍ତି । ସେପ୍ଟେମ୍ବରରେ ବର୍ଷା ସମ୍ଭାବନା ନେଇ ଅଗଷ୍ଟ ୩୧ରେ ସୂଚନା ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking