37.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶକାବୁଲରେ ୟୁକ୍ରେନ ବିମାନ ହାଇଜାକ

କାବୁଲରେ ୟୁକ୍ରେନ ବିମାନ ହାଇଜାକ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପଂହଚିଥିବା ୟୁକ୍ରେନର ଏକ ବିମାନକୁ ହାଇଜାକ କରାଯାଇଛି । ୟୁକ୍ରେନ ସରକାରଙ୍କ ମନ୍ତ୍ରୀ ମଙ୍ଗଳବାର ଏହା କହିଛନ୍ତି । ଏହି ବିମାନକୁ ଇରାନ ନିଆଯାଇଛି । ମନ୍ତ୍ରୀଙ୍କ ଅନୁସାରେ, ରବିବାର ଏହି ବିମାନକୁ ହାଇଜାକ କରାଯାଇଥିଲା । ଯାହାକୁ କିଛି ଅଜ୍ଞାତ ଲୋକେ ନିଜ କବଜା କରିନେଇଛନ୍ତି । ୟୁକ୍ରେନ ସରକାରରେ ଡେପୁଟି ବିଦେଶ ମନ୍ତ୍ରୀ ୟେଭଗିନି ୟେନିନ ସୂଚନା ଦେଇଛନ୍ତି ଯେ, ରବିବାର ଇରାନ ନିଆଯାଇଛି ବିମାନକୁ । ଯେଉଁଥିରେ କିଛି ଅଜଣା ଲୋକ ଥିଲେ । ଏଜେନ୍ସି ମୁତାବକ, ଯେଉଁ ଲୋକମାନେ ପ୍ଲେନକୁ ହାଇଜାକ କରିଛନ୍ତି, ସେମାନେ ହତିଆର ନେଇଥିଲେ । ହେଲେ ଏପର୍ଯ୍ୟନ୍ତ ଜଣାପଡିନାହିଁ ଯେ, କିଏ ଏହି ବିମାନକୁ ହାଇଜାକ କରିଛି । ୟୁକ୍ରେନ ଦ୍ୱାରା ଲଗାତର ଭାବେ ନିଜ ଲୋକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରାଯାଉଛି । ଏପର୍ଯ୍ୟନ୍ତ ୮୩ ଜଣଙ୍କୁ କାବୁଲରୁ କ୍ୱିବ ପର୍ଯ୍ୟନ୍ତ ଅଣାଯାଇଛି । ଏଥିରେ ୩୧ ୟୁକ୍ରେନ ନାଗରିକ ସାମିଲ ଥିଲେ । ଆଫଗାନିସ୍ତାନରେ ଏବେ ବି ପ୍ରାୟ ୧୦୦ରୁ ଅଧିକ ୟୁକ୍ରେନ ନାଗରିକ ଥିଲେ । ଯାହାକୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି । ସୂଚନାଯୋଗ୍ୟ, ଆଫଗାନିସ୍ତାନକୁ ତାଲିବାନ କବଜା କରିନେବା ପରେ କାବୁଲ ଏୟାରପୋର୍ଟରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁକ୍ରେନ, ଭାରତ ସମେତ ବିଶ୍ୱର ଅନେକ ଦେଶ ନିଜ ନାଗରିକଙ୍କୁ ଉଦ୍ଧାର ପାଇଁ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking