32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶସିଏମ ବଘେଲ- ମନ୍ତ୍ରୀ ସିଂହଦେବ ଙ୍କ ସହ ରାହୁଲ ଗାନ୍ଧୀଙ୍କ ବୈଠକ ଶେଷ

ସିଏମ ବଘେଲ- ମନ୍ତ୍ରୀ ସିଂହଦେବ ଙ୍କ ସହ ରାହୁଲ ଗାନ୍ଧୀଙ୍କ ବୈଠକ ଶେଷ

ନୂଆଦିଲ୍ଲୀ:  କଂଗ୍ରେସର ଛତିଶଗଡରେ ଲମ୍ବା ସହମୟ ଧରି ଚାଲିଥିବା କଳହକୁ ସମାପ୍ତ କରିବା ପାଇଁ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଟି ଏସ ସିଂଦେବଙ୍କ ସହିତ ବୈଠକ କରିଛନ୍ତି । କଂଗ୍ରେସ ସୂତ୍ରରୁ ଜଣାପଡିଛି ଯେ, ବଘେଲ ଓ ସିଂହଦେବ ମଙ୍ଗଳବାର ସକାଳେ ରାହୁଲ ଗାନ୍ଧୀଙ୍କ ବାସଭବନ ୧୨ ତୁଗଲକ ଲେନରେ ପହଂଚିଥିଲେ । ଏହି ବୈଠକ ମଧ୍ୟରେ କଂଗ୍ରେସର ସଂଗଠନ ମହାସଚିବ କେସି ବେଣୁଗୋପାଳ ଓ ପାର୍ଟିର ଛତିଶଗଡ ମାମଲାର ପ୍ରଭାରୀ ପିଏଲ ପୁନିଆ ବି ଉପସ୍ଥିତ ରହିଥିଲେ । ସୂତ୍ରରୁ ଜଣାପଡିଛି ଯେ, କଂଗ୍ରେସର ହାଇକମାଣ୍ଡ ଛତିଶଗଡରେ ଦଳ ଭିତରେ ଚାଲୁଥିବା କଳହକୁ ଖୁବଶୀଘ୍ର ସମାପ୍ତ କରିବାକୁ ଚାହାଁନ୍ତି । ସୂଚନାଯୋଗ୍ୟ, ଛତିଶଗଡରେ ଡିସେମ୍ବର ୨୦୧୮ରେ କଂଗ୍ରେସ ସରକାର ଗଢିବା କ୍ଷମତା ପାଇବା ପରେ ମୁଖ୍ୟମନ୍ତ୍ରୀ ବଘେଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସିଂହଦେବଙ୍କ ସଂପର୍କ ରେ ବିଭ୍ରାଟ ସୃଷ୍ଟି ହୋଇଛି । ସିଂହଦେବ ସମର୍ଥକଙ୍କ କହିବା କଥା, ଅଢେଇ-ଅଢେଇ ବର୍ଷ ଧରି ମୁଖ୍ୟମନ୍ତ୍ରୀକୁ ନେଇ ସହମତି ହୋଇଥିଲା ଓ ଏମିତିରେ ଏବେ ସିଂହଦେବଙ୍କୁ ମୁଖ୍ୟମନ୍ତ୍ରୀ ବନାଯିବା ଦରକାର । ହେଲେ କଂଗ୍ରେସ ହାଇକମାଣ୍ଡ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ କୌଣସି ସଂକେତ ଦେଉନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking