29.1 C
Bhubaneswar
Friday, April 26, 2024
Homeଅପରାଧସ୍ୱାମୀ ସହ ମିଶି ୨ ବର୍ଷର ଶିଶୁକୁ ନିର୍ମମ ଭାବେ ହତ୍ୟା

ସ୍ୱାମୀ ସହ ମିଶି ୨ ବର୍ଷର ଶିଶୁକୁ ନିର୍ମମ ଭାବେ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପଂଜାବୀ ବାଗ୍ ଅଂଚଳରୁ ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ୨ ବର୍ଷ ଶିଶୁର ଅପହରଣ ଓ ହତ୍ୟା କରି ନାଳରେ ଫିଙ୍ଗିବା ମାମଲାରେ ଗିରଫ କରିଛି । ଗିରଫ ହୋଇଥିବା ମହିଳାଙ୍କ ବୟସ ୨୪ ବର୍ଷ, ଯିଏ ନିଜ ସ୍ୱାମୀଙ୍କ ସହ ମିଶି ଏଭଳି ଭୟାବହ ହତ୍ୟାକାଣ୍ଡକୁ ସଫଳ କରାଇଛି ।
ଅଭିଯୁକ୍ତ ମହିଳାଙ୍କ ନାମ ଯମୁନା ଓ ତା ସ୍ୱାମୀଙ୍କ ନାମ ରାଜେଶ ବୋଲି ଜଣାପଡିଛି । ଅଭିଯୁକ୍ତ ଦମ୍ପତି ଖ୍ୱାଲା ରଘୁବୀର ନଗରର ଏକ ବସ୍ତିରେ ରୁହନ୍ତି । ଦୁହେଁ ଭିକ ମାଗି ନିଜ ଜୀବନ ବିତାଉଥିଲେ । ପୁଲିସ ଶନିବାର ଦୁହିଁଙ୍କୁ ଗିରଫ କରିଛି । ପୁଲିସ କହିବାନୁସାରେ, ଏହି ହତ୍ୟା ଇର୍ଷା ପାଇଁ ହୋଇଛି । ବାସ୍ତବରେ ଯମୁନାକୁ ଲାଗୁଥିଲା ଯେ, ତା ର ମା ତାକୁ କମ ସ୍ନେହ କରନ୍ତି ଓ ତା ପିଲା କୁ ବେଶି ସ୍ନେହ କରନ୍ତି । ଇର୍ଷାପରାୟଣ ହୋଇ ଯମୁନା ପ୍ରଥମେ ତା ସ୍ୱାମୀର ସହାୟତା ନେଇ ପିଲାକୁ ଅପହରଣ କରିଥିଲା ଓ ପରେ ତା ଗଳା କାଟି ହତ୍ୟା କରିଥିଲା । ଶିଶୁଟିର ମୃତ୍ୟୁ ହୋଇଛି । ଏହାକୁ ସୁନିଶ୍ଚିତ କରିବା ପାଇଁ ଆରୋପୀ ମହିଳା ତାକୁ ପଂଜାବୀ ବାଗ ଗଣ୍ଡାନାଳରେ ବୁଡାଇ ଦେଇଥିଲା ।
ପୁଲିସ ଅଭିଯୁକ୍ତ ପତ୍ନୀ ଓ ସ୍ୱାମୀକୁ ଗିରଫ କରିବା ପାଇଁ ସିସିଟିଭି ଫୁଟେଜର ସାହାଯ୍ୟ ନେଇଥିଲା । ଘଟଣାସ୍ଥଳର ୫ କିଲୋମିଟର ପରିବ୍ୟାପ୍ତ ଅଂଚଳରେ ସିସିଟିଭି ଫୁଟେଜ ଚେକ କରିଥିଲା ଓ ଅଭିଯୁକ୍ତଙ୍କ ସନ୍ଧାନ କରିଥିଲା । ତେବେ କଅଁଳ ଶିଶୁଟିର ଶବ ଉଦ୍ଧାର କରିବା ପାଇଁ ପୋଲିସ ପ୍ରାୟ ୧୫୦ ଲୋକଙ୍କ ସହାୟତା ନେଇଥିଲା । ସେମାନଙ୍କ ମଧ୍ୟରୁ ୩୨ ଜଣ ଉଦ୍ଧାରକାରୀ ଦଳର ଥିଲେ ।  ସେମାନଙ୍କ ବିରୋଧରେ ଏବେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking