31.1 C
Bhubaneswar
Friday, May 10, 2024
Homeଓଡିଶାବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ

କୋରାପୁଟ : ସାଙ୍ଗମାନଙ୍କ ସହ ମିଶି ପୋଖରୀରେ ବିଦ୍ୟୁତ୍‌ ତାର ବିଛାଇ ମାଛ ଧରୁଥିଲେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣେ ଯୁବକଙ୍କ ଜୀବନ। କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଚିନ୍ତାଗୁଡ଼ା ଗାଁରେ ଏହି ଅଘଟଣ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କାମିଆ କେଣ୍ଡୁରୁକା। କାମିଆ ଓ ତାଙ୍କ ସାଙ୍ଗମାନେ ପ୍ରତିଦିନ ବିଦ୍ୟୁତ ତାର ବିଛାଇ ମାଛ ଧରିଥାନ୍ତି। ଗତକାଲି ମଧ୍ୟ ଧରୁଥିଲେ। ଏହି ସମୟରେ କାମିଆ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ସାଙ୍ଗମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କାମିଆଙ୍କୁ ମୃତ ଘୋଷଣା କରିଥିଲେ। କାମିଆଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking