ମୟୂରଭଞ୍ଜ: ଧୁମଧାମରେ ଚାଲିଛି ମା’ ହିଙ୍ଗୁଳାଙ୍କ ପୂଜାର୍ଚ୍ଚନା । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଠାରେ ଥିବା ମା’ଙ୍କ ପୀଠରେ ଆଜି ପ୍ରାତଃ ସମୟ ଠାରୁ ମଙ୍ଗଳ ଆଳତି ପରେ ରିତି ନିତି ଅନୁସାରେ ଚାଲିଛି ପୂଜାର୍ଚ୍ଚନା । ଯାହାକୁ ନେଇ ତତ୍ପର ହୋଇଛି ବଡ଼ସାହି । ଓଡ଼ିଶାର ତାଳଚେର ପରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ରେ ଅଛି ମା’ ହିଙ୍ଗୁଳାଙ୍କ ମନ୍ଦିର । ଏହା ସହିତ ଦିର୍ଘ ୩ ଦିନ ଧରି ବୈଷ୍ଣବାଗ୍ନି ମା ହିଙ୍ଗୁଳାଙ୍କ ପିଠିରେ ସ୍ବତନ୍ତ୍ର ନିତିକାନ୍ତିରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ,ଆଜିର ଦିନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିବାରୁ ତାହାକୁ ନଜରରେ ରଖି ଉଭୟ କମିଟି ଏବଂ ପ୍ରଶାସନ ମଧ୍ୟ ସଜାଗ । ତେବେ କେବଳ ମୟୂରଭଞ୍ଜ ଜିଲ୍ଲା ନୁହଁ ପୋଡଶି ବାଲେଶ୍ଵର ସମେତ ଝାଡ଼ଖଣ୍ଡ,ବିହାର, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗ ରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁମାନେ ଆସି ମାଙ୍କ ର ଦର୍ଶନ କରନ୍ତି । ବିଶ୍ବାସ ଅଛି ଏହି ପୀଠ ରେ ମା’ଙ୍କୁ ଦର୍ଶନ କରି ଅଗ୍ନି କୁଣ୍ଡ ରେ କଦଳୀ, ନଡ଼ିଆ, ଧୂପ ପ୍ରଦାନ କଲେ ବିଭିନ୍ନ ମନସ୍କାମନା ପୂରଣ ହେବା ସହିତ ଅଗ୍ନି ଭୟରୁ ମଧ୍ୟ ଭକ୍ତଙ୍କୁ ରକ୍ଷା କରନ୍ତି ମା ।