ଉଦଳା: ରାଜ୍ୟରେ ବଢୁଛି ଗୁଣ୍ଡାଗର୍ଦ୍ଦିଙ୍କ ଆତଙ୍କ । ପୋଲିସକୁ ଆଉ ଭୟ କରୁନାହାନ୍ତି ଅପରାଧୀ । କିଛିଦିନ ତଳେ ବାଲିଅନ୍ତା ଘଟଣା ମନରୁ ନ ଲିଭୁଣୁ ବ୍ରହ୍ମପୁର ଗିରିରୋଡରେ ସମାନ ଘଟଣା ଦେଖିବାକୁ ମିଳିଥିବା ବେଳେ ଆଜି ଉଦଳାରେ ମଧ୍ୟ ସେହି ସମାନ କାଣ୍ଡ । ବଡ କଥା ହେଉଛି ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଚକମା ଦେଇ କାଣ୍ଡ ଘଟାଉଛନ୍ତି ଅପରାଧୀ । ଉଦଳା ଥାନା ଏନଏସି ୫ ନଂ ୱାର୍ଡରେ ଯୁବକଙ୍କ ଗୁଣ୍ଡାଗିରିର ଭିଡିଓ ସାମ୍ନାକୁ ଆସିଛି । ସଂଘବଦ୍ଧ ଭାବେ ଆସିଲେ ଆଉ ଦୁଇ ଯୁବକଙ୍କୁ ନିର୍ଘାତ ମାରିଲେ । ଯାହା ଭିଡିରେ ଜଣାପଡୁଛି । ଯେଉଁ ଭିଡିଓରେ ଦୁଇ ଜଣ ଯୁବକଙ୍କୁ ୩ରୁ ୪ ଜଣ ଯୁବକ ଅତି ଅମାନୁଷିକ ଭାବେ ଜନଗହଳି ପୂର୍ଣ୍ଣ ସ୍ଥାନରେ ମାଡ ମାରୁଥିବା ଦେଖାଯାଇଛି । ଯୁବକଙ୍କୁ ମାଡ ମାରି ରକ୍ତାକ୍ତ ମଧ୍ୟ କରିଦେଇଛନ୍ତି । ଆଉ ସଂଘବଦ୍ଧ ଭାବେ ଆସିଥିବା ଯୁବକମାନେ ଗୋଡାଇ ଗୋଡାଇ ମାରିବା ଏବଂ ସ୍ଥାନୀୟ ଲୋକେ ଦେଖଣାହାରି ପାଲଟିଥିଲେ । ଏହି ଭିଡିଓଟି ଗତ ଏପ୍ରିଲ ମାସରେ ନିମ୍ବ ମାନର କାମ ବାବଦରେ ମୁହଁ ଖୋଲିଥିବାରୁ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣର ବୋଲି ଜଣାଯାଇଛି । ଆଉ ଘଟଣାକୁ ହାଲୁତା ଭାବେ ନେଇଛି ପୋଲିସ ।










