ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ହରିଡାଗୋଡ ଗାଁ ନିକଟ ରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ଜଣଙ୍କ ହେଲେ ମାଛକୁଟା ଗ୍ରାମର ସୁଲୋଚନା ଦେହୁରୀ । ଗତକାଲି ପତ୍ର ଓ ଆମ୍ବ ଗୋଟାଇବାକୁ ଯାଇ ଘରକୁ ଫେରିନଥିଲେ । ବଜ୍ରପାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଅନ୍ୟପକ୍ଷରେ ଗତକାଲି ସନ୍ଧ୍ୟାରେ ଛେଣ୍ଡିପଦା ଅଞ୍ଚଳରେ କାଳବୈଶାଖୀ ମଧ୍ୟ ତାଣ୍ଡବ ରଚିଥିବାକୁ ଘର, ଗଛ, ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । ଆଜି ମହିଳା ଜଣଙ୍କର ମୃତ ଦେହ ମିଳିବା ପରେ ତାର ପାରିପାଶ୍ୱର୍ିକ ସ୍ଥିତିରୁ ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଛେମ୍ଡିପଦା ପୋଲିସ ଶବକୁ ଜବତ କରିବା ସହ ଘଟଣା ତଦନ୍ତ କରୁଛି ।










