31.1 C
Bhubaneswar
Friday, May 22, 2026
Homeଓଡିଶାପାଣି ସମସ୍ୟାକୁ ନେଇ ନୀଳଗିରିରେ ରାସ୍ତାରୋକ

ପାଣି ସମସ୍ୟାକୁ ନେଇ ନୀଳଗିରିରେ ରାସ୍ତାରୋକ

ବାଲେଶ୍ୱର: ଦୀର୍ଘ ଦିନ ହେବ ପାଣି ଆସିବାରେ ଅନିୟମିତତା ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି। ଗରା ବାଲ୍ଟି ଧରି ରାଜରାସ୍ତାକୁ ଓହ୍ଲାଇଲେ ସହରବାସିନ୍ଦା। ବାଲେଶ୍ୱରର ନୀଳଗିରି ଏନଏସି ୮ ନଂ ୱାର୍ଡ ଟିମିନିଭାଟି ଅଞ୍ଚଳରେ ପାଣିକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ବି କେହି ସେମାନଙ୍କ ସମସ୍ୟାର ସମାଧାନ କରିନଥିଲେ। ଶେଷରେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ ଲୋକେ। ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ୧ ଘଣ୍ଟା ଧାରଣାରେ ବସିବା ପରେ ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ ରତନ ମାଝୀ ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣାରୁ ହଟିଥିଲେ । ସମସ୍ୟାର ସ୍ଥାୟୀ ସମାଧାନ ନହେବା ଯାଏଁ ଦୁଇଟି ଟ୍ୟାଙ୍କରରେ ପାଣି ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking