ନୂଆଦିଲ୍ଲୀ: ବଳ ପୂର୍ବକ ଚାନ୍ଦା ଆଦାୟ ରାକେଟରେ ୱାଣ୍ଟେଡ ଅପରାଧୀ ବିଶ୍ୱଜିତ ପୋଦାର ଓରଫ ସୋନା ପାପୁ ଓ ପୂର୍ବତନ କୋଲକାତା ପୋଲିସ ଡେପୁଟି କମିସନର ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ସମ୍ପୁକ୍ତି ନେଇ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ମୁର୍ସିଦାବାଦର କାଣ୍ଡିରେ ଥିବା ବିଶ୍ୱାସଙ୍କ ଘରେ ଆଉ ଏକ ଦଳ ଚଢଉ କରିଥିଲା । ସକାଳ ୬ଟାରେ ଚଢଉ ଆରମ୍ଭ ହୋଇଥିବା ସୂତ୍ରରୁ ଜଣାପଡିଛି । ଇଡି ତଥ୍ୟ ଅନୁଯାୟୀ, ବ୍ୟବସାୟୀ ଜୟ କାମଦାରଙ୍କ ସହ ମିଶି ଏହି ଚାନ୍ଦା ଆଦାୟ ରାକେଟକୁ ପୋଦାର ଚଲାଉଥିଲେ । ବିଶ୍ୱାସ ଏହି ନେଟୱାର୍କ ପରିଚାଳନାରେ ସାହାଯ୍ୟ ନ କରିବାକୁ ନେଇ ଇଡି ବିଶ୍ୱାସଙ୍କୁ ଗିରଫ କରିଥିଲା । ଅନେକ ଥର ସମନ ପରେ ସେ କୋଲକାତାରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ମେ ୧୮ ତାରିଖରେ ପୋଦାରକୁ ଦୀର୍ଘ ସମୟ ଧରି ଜେରା କରାଯିବା ପରେ ଗିରଫ କରାଯାଇଥିଲା । ଦକ୍ଷିଣ କୋଲକାତାର ଏକ ହିଂସାତ୍ମକ ଘଟଣାରେ ମଧ୍ୟ ପୋଦାର ୱାଣ୍ଟେଡ ଥିଲା । ୩ ମାସ ଫେରାର ରହିବା ପରେ ପୋଦାର ଶେଷରେ ଇଡିରେ ହାଜର ହୋଇଥିଲା ।










