କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଉତ୍କେଲା ଥିବା ବିମାନବନ୍ଦରଠାରୁ ଭୁବନେଶ୍ୱରକୁ ସପ୍ତାହର ସବୁଦିନ ଦୁଇଟି ବିମାନ ଉଡ଼ିବ । ଏ ସଂପର୍କରେ ଇଣ୍ଡିଆ ଏଆରୱାନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ବିମାନ ଭୁବନେଶ୍ୱରରୁ ସକାଳ ୫ ଟା ୫୦ ମିନିଟରେ ଛାଡ଼ି ଉତ୍କେଲାରେ ସକାଳ ୭ଟାରେ ପହଞ୍ଚିବ । ସେହି ବିମାନ ଉତ୍କେଲାଠାରୁ ସକାଳ ୭ଟା ୧୫ ମିନିଟରେ ଛାଡ଼ି ଭୁବନେଶ୍ୱରରେ ୮ ଟା ୧୫ ମିନିଟରେ ପହଞ୍ଚିବ । ସେହିଭଳି ଦ୍ୱତୀୟ ବିମାନ ଭୁବନେଶ୍ୱରରୁ ସକାଳ ୧୧ ଟା ୨୦ ମିନିଟରେ ଛାଡ଼ି ଉତ୍କେଲା ବିମାନ ବନ୍ଦରକୁ ଅପରାହ୍ନ ୧୨ଟା ୩୦ ମିନିଟରେ ପହଞ୍ଚିବ ।ସେହି ବିମାନ ଉତ୍କେଲାଠାରୁ ଅପରାହ୍ନ ୧୨ ଟା ୪୫ ମିନିଟରେ ଛାଡି ଭୁବନେଶ୍ୱରରେ ୧ ଟା ୫୫ ମିନିଟରେ ପହଞ୍ଚିବ । ଟିକେଟର ମୂଲ୍ୟ ଜୀଏସଟି ମିଶାଇ ୩୨୮୭ ଟଙ୍କା ରହିଛି । ପୂର୍ବରୁ ଉତ୍କେଲାରୁ ଭୁବନେଶ୍ବରକୁ ୬ ଦିନ ବିମାନ ଉଡ଼ାଣ ହେଉଥିଲା । ବର୍ତ୍ତମାନ ସବୁଦିନ ବିମାନ ଉଡ଼ିବା ଫଳରେ ଯାତ୍ରୀମାନେ ସପ୍ତାହକୁ ୭ ଦିନ ବିମାନ ସୁବିଧା ପାଇବେ ।










