ଭୁବନେଶ୍ୱର : ବିଜେପି ବିଧାୟକ ବାବୁ ସିଂ ଙ୍କ ଠେଙ୍ଗାବାହିନୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରଣେନ୍ଦ ଟାର୍ଗେଟ କରିଛନ୍ତି । କହିଛନ୍ତି ମୁଖ୍ୟମନ୍ତ୍ରୀ ଆଇନ ଶୃଙ୍ଖଳା ପାଇଁ ଉତ୍ତରଦାୟୀ । ଭୁବନେଶ୍ୱରରେ ବାବୁ ସିଂ ଠେଙ୍ଗାବାହିନୀ କରିଦେଲେ । ଠେଙ୍ଗା ଉଠାଇବା ପାଇଁ ବାବୁ ସିଂ ଙ୍କୁ କ୍ଷମତା କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର । ଯଦି ସରକାର ଅପାରଗ , ଗୃହରେ ଜଣାନ୍ତୁ କହିଛନ୍ତି ରଣେନ୍ଦ୍ର । ଆହୁରି କହିଛନ୍ତି ମନ୍ତ୍ରୀମାନେ କାହାକୁ ମାନୁନାହାନ୍ତି ।