34.1 C
Bhubaneswar
Monday, May 25, 2026
Homeଓଡିଶାମର୍ମନ୍ତୁଦ ବାଇକ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ମୟୁରଭଞ୍ଜ: ସୋମବାର ସକାଳୁ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା – ରୁପ୍ପା ରାସ୍ତାର ମୁନିଲାଲ ହାଇସ୍କୁଲ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଯୁଗପୁରା ଗ୍ରାମର ଜଣେ ଲୋକପ୍ରିୟ ଶିକ୍ଷକ ତଥା ବେତନଟୀ ବ୍ଲକ ପ୍ରାଥମିତ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଶରତ କୁମାର ମହାନ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଦିଗାନଗର ଗ୍ରାମର ଯତୀଶ ସିଂ ଗୁରୁତର । ସୂଚନା ଅନୁଯାୟୀ, ଶରତ ମହାନ୍ତ ମହୁରୀ ଗ୍ରାମରୁ ବାହାରି ବୈଶିଙ୍ଗା ଅଭିମୁଖେ ଆସୁଥିବା ସମୟରେ ବୀପରୀତ ଦିଗରୁ ଯତୀଶ ସିଂ ଏକ ବାଇକରେ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲେ । ଖବର ପାଇ ପାଇ ଘଟଣା ସ୍ଥଳରେ ବୈଶିଙ୍ଗା ପୋଲିସ ପହଞ୍ଚି ଉଭୟଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ଶରତଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଉଭୟ ବାଇକ ଜବତ କରିଛି । ପୂର୍ବକ ଘଟଣାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking