କଳାହାଣ୍ଡି : ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ। ମଙ୍ଗଳବାର ସକାଳୁ ସକାଳୁ କଳାହାଣ୍ଡି ଜିଲା ଧର୍ମଗଡ଼ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ଭୁବନେଶ୍ୱର ଶବର ଭିଜିଲାନ୍ସ ଜାଲରେ ପଡିଛନ୍ତି। ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜର୍ଜଙ୍କ ଆଦେଶ ନାମାରେ ଜାରି ଓ ଆୟବହିର୍ଭୁତ ଠୁଳ ଅଭିଯୋଗରେ ଭିଜିଲାନ୍ସର ୬ ଟି ଟିମ ଭବାନୀପାଟଣା ବ୍ଲକ ଗୋଷାଣୀମୁଣ୍ଡା ସ୍ଥିତ ଘରେ, କୁସୁମଖୁଣ୍ଟିରେ ଥିବା ପୈତୃକ ଘର, ଦୁଆରସୁନି ଓ କିଟ୍ ପଦର ସ୍ଥିତ ଫାର୍ମ ହାଉସ, ଧର୍ମଗଡ ଏବଂ ଭବାନୀପାଟଣା ସ୍ଥିତ ଅଫିସରେ ଚଢ଼ାଉ କରିଛନ୍ତି। ଏଥିରେ ୬ ଡିଏସପି ଓ ୯ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ତେବେ ଆକଳନ ପରେ ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।










