36.1 C
Bhubaneswar
Tuesday, May 19, 2026
Homeଓଡିଶାଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭବାନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ୱଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ । ଫଳରେ ଶ୍ୱଶୁର ଗୁରୁତର ଆହତ ହୋଇ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ କୌଣସି ଏକ କଥାକୁ ନେଇ ଘରେ ଥିବା ବିଧବା ବୋହୂ କୁସ୍ମିତା ଭୂତିଆ ଗରମ ପାଣି ସହ ରିଫାଇନ ତେଲ ମିଶାଇ ଗ୍ୟାସ ରେ ଗରମ କରି ଶ୍ୱଶୁର ଶ୍ରୀକାନ୍ତ ଭୂତିଆଙ୍କ ଉପରେ ଢାଳି ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କ ଦେହ ସାରା ଜଳିଯାଇଥିଲା । ପଡୋଶୀଙ୍କ ଠାରୁ ଖବର ପାଇ ୧୧୨ ଗାଡି ଯାଇ ବୃଦ୍ଧଙ୍କୁ ଉଦ୍ଧାର କରି ପରାଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଖବର ପାଇ ପରଜଙ୍ଗ ଥାନା ଏଏସଆଇ ଜୋସେଫ ପଟ୍ଟନାୟକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking