34.3 C
Bhubaneswar
Monday, June 22, 2026
Homeଓଡିଶାଘରେ କେହି ନଥିବା ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ

ଘରେ କେହି ନଥିବା ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବଡ଼ ଧରଣର ଚୋରି । ଘରେ କେହି ନଥିବା ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ । ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ମିଶାଇ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏହି ଚାଞ୍ଚଲ୍ୟକର ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ଅଞ୍ଚଳରେ ଘଟିଛି । ଘଟଣା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ଘର ମାଲିକ ବାହାରେ ଥିବା ସମୟରେ ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ଓ ଲକର ଭାଙ୍ଗି ସୁନା, ରୂପା ଅଳଙ୍କାର ସହ ବହୁ ପରିମାଣର ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଲୁଟ୍ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking