28.9 C
Bhubaneswar
Monday, June 22, 2026
Homeଓଡିଶାଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରୁତି ନାଟକ ଉତ୍ସବ ଆୟୋଜିତ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରୁତି ନାଟକ ଉତ୍ସବ ଆୟୋଜିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ନାଟ୍ୟ ସଂଘର ମିଳିତ ସହଯୋଗରେ ନାଟ୍ୟକାର ଡ଼. ବିଜୟ ମିଶ୍ରଙ୍କ ରଚିତ ନାଟକକୁ ନେଇ ଏକ ଶ୍ରୁତି ନାଟକ ଉତ୍ସବ ଆୟୋଜିତ ହୋଇଯାଇଛି।

ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଓଡ଼ିଶା ନାଟ୍ୟ ସଂଘର ସଭାପତି ଶ୍ରୀ ମିହିର କୁମାର ମେହେର, ବିଶିଷ୍ଟ ସାହିତ୍ୟିକ ଶ୍ରୀ ତରୁଣକାନ୍ତି ରାଉତ, ସୁସାହିତ୍ୟିକ ତଥା ନାଟ୍ୟ ସମୀକ୍ଷକ ଡ଼. ବିଜୟ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଆଜିର ସଭା କାର୍ଯ୍ୟକୁ ଓଡ଼ିଶା ନାଟ୍ୟ ସଂଘର ସାଧାରଣ ସମ୍ପାଦକ ଶ୍ରୀ ସୁଧାଂଶୁ ମୋହନ ଦ୍ୱିବେଦୀ ପରିଚାଳନା କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଡ଼. ବିଜୟ ମିଶ୍ରଙ୍କ ରଚିତ ଚାରୋଟି ନାଟକ ଓଡ଼ିଶା ନାଟ୍ୟ ସଂଘର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରୋଟି ମଣ୍ଡଳ ଯଥା ପୂର୍ବାଞ୍ଚଳ ଜୋନ୍‌ରୁ କାନମାସ୍ ,ପାରାଦୀପ ଦ୍ୱାରା ଶ୍ରୀମନ୍ ନାରାୟଣ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ “ତା ରି ଲାଗି”, ପଶ୍ଚିମାଞ୍ଚଳ ଜୋନ୍‌ରୁ ସ୍ୱର, ସମ୍ବଲପୁର ଦ୍ୱାରା ମାନସ ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ “ଏକଦା ଲାବଣ୍ୟ” ଉତ୍ତରାଞ୍ଚଳ ଜୋନ୍‌ରୁ ଶୋଭା ଓ କଳାକାର, ବାଲେଶ୍ୱର ଦ୍ୱାରା “ଲାଷ୍ଟ ଟ୍ରେନ” ଏବଂ ଦକ୍ଷିଣାଞ୍ଚଳ ଜୋନରୁ ଦମୟନ୍ତୀ କଳା ପରିଷଦ,କୋଟପାଡ, କୋରାପୁଟ ଦ୍ୱାରା ପ୍ରସ୍ତୁତ ପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକ “ଯନ୍ତା” ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ନାଟ୍ୟ ସଂଘର କୋଷାଧ୍ୟକ୍ଷ ଅବିନାଶ ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking