34.3 C
Bhubaneswar
Monday, June 22, 2026
Homeଓଡିଶାଗୋଳନ୍ଥରା ଛାତ୍ରୀ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଗିରଫ 

ଗୋଳନ୍ଥରା ଛାତ୍ରୀ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଗିରଫ 

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଛାତ୍ରୀ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଗିରଫ । ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ତଥା ଖଣି ମନ୍ତ୍ରୀଙ୍କ ପୁତୁରା ବିଶ୍ୱଜିତ ଜେନାକୁ ଗିରଫ କରିଛି ପୁଲିସ । ଏଥିସହ କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ବ୍ରହ୍ମପୁର ସହର ଉପକଣ୍ଠ ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରୀ ମୃତ୍ୟୁ ମାମଲାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା ତଥା ଛାତ୍ରୀଙ୍କ ପୁରୁଷବନ୍ଧୁ ବିଶ୍ଵଜିତ ଜେନା ହିଁ ମୁଖ୍ୟ ଅଭିଯୁକ୍ତ । ଏହା ଆତ୍ମହତ୍ୟା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ବୋଲି ମୃତକଙ୍କ ପରିବାରବର୍ଗ ଅଭିଯୋଗ ଆଣି ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବି କରିଥିଲେ ।

ଗତକାଲି  ସନ୍ଧ୍ୟାରେ ଗୋଳନ୍ଥରା ପୁଲିସ ବିଶ୍ଵଜିତଙ୍କ ନାମରେ ଆତ୍ମହତ୍ୟା ପ୍ରରୋଚନା ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା କୋର୍ଟ ଚାଲାଣ କରିଛି । ମୃତକଙ୍କ ଲାପ୍‌ଟପ୍ ଓ ମୋବାଇଲ୍ ଜବତ କରାଯାଇ କଲ୍ ଡିଟେଲ୍‌ ରିପୋର୍ଟ ମଗାଯାଇଛି । ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ତଦନ୍ତକୁ ତ୍ବରାନ୍ବିତ କରାଯାଇଥିବା ପୁଲିସ କହିଛି । ବୈଷୟିକ ଶିକ୍ଷାନୁଷ୍ଠାନର ହଷ୍ଟେଲ୍‌ରୁ ଗତକାଲି ସ୍ମୃତି ଭୋଳ ନାମକ ଜଣେ ବିସିଏ ଛାତ୍ରୀଙ୍କ ଝୁଲନ୍ତା ଶବ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking