ରାୟଗଡ଼ା: ରାୟଗଡ଼ାରେ ଅଣଓଡ଼ିଆ ଯୁବତୀଙ୍କୁ ମାଡ଼ ଘଟଣା ଏବେ ଜାତୀୟ ସ୍ତରରେ ପହଞ୍ଚିଛି । ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ଦାଖଲ ହୋଇଥିବାବେଳେ, ପୀଡ଼ିତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ନ୍ୟାୟ ପ୍ରଦାନ ପାଇଁ ଦାବି ଉଠିଛି । ଘଟଣାକୁ ନେଇ ପ୍ରଶାସନିକ ଓ ଆଇନଗତ ତତ୍ପରତା ବଢ଼ିଥିବାବେଳେ, ମାମଲାରେ ରାଜ୍ୟର ଏକାଧିକ ଶୀର୍ଷ ପଦାଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହି ମାମଲାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିବାବେଳେ, ଗୃହସଚିବ, ରାୟଗଡ଼ା ଜିଲ୍ଲାପାଳ ଓ ଜିଲ୍ଲା ଏସପିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ଘଟଣାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବାବେଳେ, ମାନବାଧିକାର କମିସନଙ୍କ ପଦକ୍ଷେପ ଓ ପ୍ରଶାସନର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି ।









