ଭୁବନେଶ୍ୱର: ବିଜେଡି ଛାଡି ବିଜେପିରେ ସାମିଲ ହେବେ ସାଂସଦ ଦେବାଶିଷ ସାମନ୍ତରାୟ । ଏନେଇ ସ୍ପଷ୍ଟ କଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦଳୀୟ ସଂଗଠନରେ କର୍ତ୍ତୃତ୍ୱ କମିବା ନେଇ ଅସନ୍ତୁଷ୍ଟ ଥିଲେ ଦେବାଶିଷ । ନିଜ ସମର୍ଥକଙ୍କୁ କୌଣସି ପଦ ଦିଆଯାଇ ନଥିବାରୁ ସେ ଅସନ୍ତୁଷ୍ଟ ଥିଲେ । ଗତ କିଛି ମାସ ହେଲା ଦେବାଶିଷ ବି ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ କୌଣସି ଟୀକା ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ । ଦେବାଶିଷ ଯଦି ଉଭୟ ବିଜେଡି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦିଅନ୍ତି । ତେବେ ତାଙ୍କୁ ପୁଣି ବିଜେପି ପକ୍ଷରୁ ରାଜ୍ୟସଭାକୁ ମନୋନୀତ କରାଯିବ । ତାହାର ପ୍ରଭାବ କଟକ, ତିର୍ତ୍ତୋଲ ଓ ପାରଦୀପ ରାଜନୀତିରେ ଅନୂଭୂତ ହେବ ବୋଲି ଆକଳନ କରାଯାଉଛି ।










