36.1 C
Bhubaneswar
Thursday, May 21, 2026
Homeଓଡିଶାବଜ୍ରାଘାତରେ ଟଳି ପଡିଲେ ଚାଷୀ

ବଜ୍ରାଘାତରେ ଟଳି ପଡିଲେ ଚାଷୀ

ମୟୁରଭଞ୍ଜ: ଜମିରେ ଖତ ବୁଣିବା ବେଳେ ବଜ୍ରାଘାତରେ ଟଳି ପଡିଲେ ଚାଷୀ । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗାଥାନା ଅଧୀନ ମନଗୋବିନ୍ଦପୁର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଲେ ମାନଗୋବିନ୍ଦପୁର ଉପକଣ୍ଠ ବାଉଁଶବଣିଆ ସାହିର ନୀଳମାଧବ । ବିଲକୁ ଖତ ବୁଣିବାକୁ ଯାଇ ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ଜମିରେ ନୀଳମାଧବଙ୍କ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ମାଣତ୍ରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ନୀଳମାଧବଙ୍କ ଦେହରେ ବିଭିନ୍ନ ସ୍ଥାନ ପୋଡିଯାଇଥିବାରୁ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି । ମାଣତ୍ରୀ ଫାଣ୍ଡି ଅଧିକାରୀ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking