36.1 C
Bhubaneswar
Thursday, May 21, 2026
Homeଓଡିଶାନଦୀରେ ବୁଡି ଜଣେ ନାବାଳକ ମୃତ, ଆଉ ଜଣେ ଗୁରୁତର

ନଦୀରେ ବୁଡି ଜଣେ ନାବାଳକ ମୃତ, ଆଉ ଜଣେ ଗୁରୁତର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା,ଧର୍ମଗଡ ବ୍ଲକ୍, ପର୍ଲା ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ଗାଁ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ପର୍ଲା ଗ୍ରାମର ରାଜାରାମ ବାଗଙ୍କ ନାବାଳକ ପୁଅ ମହାବୀର ବାଗ ୧୩ ଏବଂ ସରୋଜ ସୁନାନୀଙ୍କ ନାବାଳକ ପୁଅ ରୋହିତ ସୁନାନୀ ୧୪ ,ସାଙ୍ଗ ମାନଙ୍କ ସହିତ ଗାଁ ନିକଟରେ ଥିବା ମୁଟୁରା ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀ ପାଣିରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ମହାବୀର ପାଣିରେ ବୁଡ଼ି ଯାଇଥିଲେ। ତାଙ୍କ ସାଙ୍ଗ ରୋହିତଙ୍କୁ ମଧ୍ୟ ବୁଡିଯିବା ପୂର୍ବରୁ ମରଣ ମୁଖରୁ ଉଦ୍ଧାର କରାଯାଇଥିଲା। ସାଙ୍ଗେ ସାଙ୍ଗେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ସହ ଦମକଳ ବାହୀନି ଏବଂ ଓଡ୍ରାଫ ଟିମ୍ ପହଞ୍ଚି ପାଣିରେ ବୁଡି ଯାଇଥିବା ବାଳକର ମୃତ ଦେହକୁ ଉଦ୍ଧାର କରିଥିଲେ। ଉଦ୍ଧାର କରାଯାଇଥିବା ରୋହିତଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ବୁଡ଼ିଯାଇ ମୃତ୍ୟୁ ବରଣ କରିଥିବା ମହାବୀରଙ୍କ ମୃତ ଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଡ଼ାକ୍ତରଖାନାକୁ ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking