ମେଷ: ଆଜି ସ୍ୱର୍ଣ୍ଣାଦି ଲାଭ ହୋଇପାରେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଯଶସ୍ୱୀ ହେବେ। ବିଦ୍ୟାବାନ ହୋଇପାରନ୍ତି। ବିଜ୍ଞତାର ପରିଚୟ ଦେବେ। କ୍ଷମାଶୀଳ ହେବେ। ସତପଥଗାମୀ ଓ ଦୟାବାନ ହୋଇପାରନ୍ତି।
ବୃଷ: ଦେବ ବ୍ରାହ୍ମଣଙ୍କ ଭକ୍ତ ହୋଇପାରନ୍ତି। କୃଷି ବଳରେ ବଳୀୟାନ ହେବେ। ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ପାଇବ। ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବ। ପିଲାମାନେ ଶିକ୍ଷାକ୍ଷେତ୍ରରେ ଯୋଗଦେବେ।
ମିଥୁନ: କର୍ମକ୍ଷେତ୍ରରେ ସନ୍ତୋଷଜନକ ହୋଇପାରେ। ସେବାପୂଜାରେ ନିୟୋଜିତ ହେବେ। ଦେବଦର୍ଶନରେ ଶାନ୍ତି ମିଳିବ। ବ୍ୟବସାୟରେ ଅଳ୍ପ ଲାଭ ମିଳିବ। ଶତ୍ରୁ ବିବାଦ ଲାଗି ରହିବ। ମହିଳା ଓ ବିଦ୍ୟାର୍ଥୀମାନେ ଖୁସିରେ ସମୟ କାଟିବେ।
କର୍କଟ: ପୁଷ୍ୟା ଓ ଅଶ୍ୱେଷାନକ୍ଷେତ୍ର ଜାତବ୍ୟକ୍ତି ଶତ୍ରୁ ବିଜୟୀ ହେବେ।ର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ରହିଛି। ବ୍ୟବସାୟରେ ଲାଭର ଆଶା କମ। ଘର କରିବାକୁ ଇଚ୍ଛୁକ ହେବେ।
ସିଂହ : ବନ୍ଧୁ ଦର୍ଶନର ଯୋଗ ରହିଛି। ପାରିବାରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଫିସରଙ୍କ ପ୍ରୀୟଭାଜନ ହେବ। ବ୍ୟବସାୟରେ କ୍ଷତି ସହିପାରନ୍ତି। ମହିଳାମାନେ ଦୂରଯାତ୍ରା କରିପାରନ୍ତି।
କନ୍ୟା : ନୂତନ କର୍ମସଂସ୍ଥା କିମ୍ବା ବ୍ୟବସାୟ ପ୍ରତି ତରବର ହୋଇ ସିଦ୍ଧାନ୍ତ ନ ନେବା ଉଚିତ। ଶରୀରପ୍ରତି ବିପଦ ଅଛି। ମହିଳାମାନେ ଅଶାନ୍ତିରେ ରହିପାରନ୍ତି।
ତୁଳା: ଆଜି ଦିନଟି ହସଖୁସିରେ ଅତିବାହିତ କରିପାରନ୍ତି। ସ୍ୱାତୀ ନକ୍ଷେତ୍ର ଜାତ ବ୍ୟକ୍ତି ଚଞ୍ଚଳ ପ୍ରକୃତିରେ ହେବେ। ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ। ଚିତ୍ରା ଓ ବିଶାଖା ନକ୍ଷେତ୍ର ଜାତ ବ୍ୟକ୍ତିଙ୍କର ସମାନ ଫଳ ମିଳିବ।
ବିଛା: ଆଜି ଦିନଟି ଆପଣଙ୍କର ଖୁସିରେ କଟିବ। କୌଣସି ବନ୍ଧୁ ଦ୍ୱାରା ସାହାଯ୍ୟ ପାଇ ଖୁସି ହେବେ। ସାମାନ୍ୟ ଘଟଣାରେ ବିବ୍ରତ ହୋଇପାରନ୍ତି। ମହିଳା ଓ ଛାତ୍ରଛାତ୍ରୀମାନେ ଉପକୃତ ହେବେ।
ଧନୁ: ପାରିବାରିକ ସମସ୍ୟା ଦେଖାଦେବ। ନୂତନ ଜାଗା କ୍ରୟ କରିପାରନ୍ତି। ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଘଟିବ। କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି। ବ୍ୟବସାୟରେ କ୍ଷତି ସମ୍ଭାବନା ଅଛି।
ମକର : ଅର୍ଥ କ୍ଷେତ୍ରରେ ସୁଫଳ ମିଳିବ। ବ୍ୟବସାୟ କ୍ଷେତ୍ରରେ ବ୍ୟୟ ଅଧିକ ହେବ। ଦୁର୍ଘଟଣା ଘଟିପାରେ। ପିତାଙ୍କ ଦେହ ଖରାପ ହୋଇପାରେ। ମହିଳାମାନେ ପୁତ୍ର ଚିନ୍ତା କରିପାରନ୍ତି।
କୁମ୍ଭ: ବ୍ୟବସାୟରେ ଲାଭବାନ ହେବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଭୂମିବାହାନ ଇତ୍ୟାଦି କ୍ରୟ କରିପାରନ୍ତି। ମାନସମମ୍ମାନ ବୃଦ୍ଧି ପାଇବ। ମହିଳାମାନେ ଗୃହରେ ପୂଜାକାର୍ଯ୍ୟରେ ଲାଗିରହିବେ।
ମୀନ: ରେବତୀ ନକ୍ଷେତ୍ର ଜାତ ବ୍ୟକ୍ତିଙ୍କର କର୍ମକୁଶଳତା ପ୍ରକାଶ ପାଇବ। ଚିନ୍ତାଧାରାରେ ଉନ୍ନତି ଘଟିବ। ନିଜକାର୍ଯ୍ୟ ସମ୍ପୂର୍ଣ୍ଣ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ପ୍ରଶଂସିତ ହେବେ। ମହିଳାମାନେ ଧର୍ମକାର୍ଯ୍ୟରେ ସମଫଳ ପ୍ରାପ୍ତି ହେବେ।










