27.2 C
Bhubaneswar
Tuesday, July 14, 2026
Homeଓଡିଶାଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା ଯାତ୍ରୀ

ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା ଯାତ୍ରୀ

କଟକ:ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା ଯାତ୍ରୀ। ଜଣେ ଗର୍ଭବତୀ ମହିଳା ଆଜି ରାଉରକେଲା-ଗୁଣପୁର ରାଜ୍ୟରାଣୀ ଏକ୍ସପ୍ରେସର ଜେନେରାଲ୍ କୋଚରେ ଯାତ୍ରା କରୁଥିବା ବେଳେ ହଠାତ୍ ପ୍ରସବ ବେଦନା ହୋଇଥିଲା।ଏନେଇ ରେଲ୍ ମଦଦ୍ ଯୋଗେ ସୂଚନା ଦେବା ପରେ କଟକ ରେଳ ଷ୍ଟେସନରେ ଆରପିଏଫ୍ ର ଏକ ଟିମ୍ ତୁରନ୍ତ ପହଞ୍ଚିଥିଲା। ହେଲେ ସେତେବେଳକୁ ମହିଳା ଜଣକ ଟ୍ରେନ୍ ଭିତରେ ହିଁ ଏକ ଶିଶୁ ପୁତ୍ର ପ୍ରସବ କରିସାରିଥିଲେ।ଆରପିଏଫ୍ କର୍ମଚାରୀମାନେ ପ୍ଲାଟଫର୍ମର ଏକ ଅଂଶକୁ ଘେରାଉ କରି ଜରୁରୀ ଚିକିତ୍ସା ସହାୟତା ବ୍ୟବସ୍ଥା କରିଥିଲେ। ଜଣେ ଫାର୍ମାସିଷ୍ଟ ମଧ୍ୟ ସ୍ୱଇଚ୍ଛାରେ ଆଗକୁ ଆସି ମାଆ ଓ ନବଜାତ ଶିଶୁଙ୍କୁ ପ୍ରାଥମିକ ସହାୟତା ପ୍ରଦାନ କରିଥିଲେ। ତେବେ ମହିଳା ଜଣକ ଯାଁଳା ଶିଶୁ ଗର୍ଭଧାରଣ କରିଥିବାରୁ ଦ୍ୱିତୀୟ ସନ୍ତାନ ଜନ୍ମ ପାଇଁ ତୀବ୍ର ପ୍ରସବ ବେଦନା ଅନୁଭବ କରୁଥିଲେ।ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ପଠାଯାଇଥିଲା। ତେବେ ହସ୍ପିଟାଲ୍ ନେବା ବାଟରେ ହିଁ ଆମ୍ବୁଲାନ୍ସ ଭିତରେ ଦ୍ୱିତୀୟ ଶିଶୁଟି ଜନ୍ମ ନେଇଥିଲା। ଦ୍ୱିତୀୟ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking