27.2 C
Bhubaneswar
Tuesday, July 14, 2026
Homeଓଡିଶାଘରେ ପଶିଗଲା ଟ୍ରକ୍: ମା’ ମୃତ, ପୁଅ ଗୁରୁତର

ଘରେ ପଶିଗଲା ଟ୍ରକ୍: ମା’ ମୃତ, ପୁଅ ଗୁରୁତର

ସମ୍ବଲପୁର: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଟ୍ରକ ସିଧାସଳଖ ଏକ ଘର ଭିତରକୁ ପଶିଯାଇଛି ।ଏହି ଦୁର୍ଘଟଣାରେ ଶୋଇଥିବା ଅବସ୍ଥାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ , ତାଙ୍କର ୩ ବର୍ଷୀୟ ପୁଅ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ସମ୍ବଲପୁର ସଦର ଥାନା ଅନ୍ତର୍ଗତ ବାରିବନ୍ଧ ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ , ଘରେ ସମସ୍ତେ ଶୋଇଥିବା ବେଳେ ହଠାତ ଏକ ଟ୍ରକ ନିୟନ୍ତ୍ରଣ ହରାଇ ଘରର କାନ୍ଥ ଭିତରକୁ ପଶି ଯାଇଥିଲେ । ଟ୍ରକ ଧକ୍କାରେ ଘଟଣାସ୍ଥଳରେ ମାଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ୩ ବର୍ଷୀୟ ଶିଶୁକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି । ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଛି । ଏହା ସହ ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୋଲିସ । ଦୁର୍ଘଟଣାର ପ୍ରକୃତ କାରଣ କଣ , ଟ୍ରକ କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇଲା, ସେନେଇ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking