ଭଦ୍ରକ: ବର୍ଷା ପାଇଁ ଭଦ୍ରକରେ ସ୍କୁଲ ଛୁଟି ଘୋଷଣା କଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ । ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ଛୁଟି କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଯାଏଁ ଭଦ୍ରକରେ ଲଗାଣ ବର୍ଷା ଜାରି ରହିଛି । ତେବେ କେନ୍ଦ୍ରୀୟ ରୋଷେଇ (ସେଣ୍ଟ୍ରାଲ କିଚେନ୍) ବ୍ୟବସ୍ଥା ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ (ଏମ୍ଡିଏମ୍) ନିର୍ଦ୍ଧାରିତ ସମୟରେ ଗ୍ରହଣ କରି ଛାତ୍ରୀଛାତ୍ରଙ୍କୁ ପରିବେଷଣ କରାଯିବ। ମଧ୍ୟାହ୍ନ ଭୋଜନ ପରିବେଷଣ ପରେ ସେହି ବିଦ୍ୟାଳୟଗୁଡ଼ିକରେ ମଧ୍ୟ ପାଠପଢ଼ା ସ୍ଥଗିତ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲାପାଳଙ୍କ ଆଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।










