33.1 C
Bhubaneswar
Friday, July 10, 2026
Homeଓଡିଶାବିନା ପ୍ରେସକ୍ରିପସନରେ ମିଳିବନି କଫ୍ ସିରପ୍

ବିନା ପ୍ରେସକ୍ରିପସନରେ ମିଳିବନି କଫ୍ ସିରପ୍

ନୂଆଦିଲ୍ଲୀ: ନିଶା ମାଫିଆଙ୍କ ଉପରେ କେନ୍ଦ୍ର ସରକାରଙ୍କ କଟକଣା । ମେଡିସିନ୍ ଦୋକାନରେ ସହଜରେ ମିଳିବନି କଫ୍ ସିରପ୍ କିମ୍ବା ଟନିକ୍ । ସିରପକୁ ନିଶା ଭାବେ ବ୍ୟବହାର କରିବା ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ଡ୍ରଗ୍ସ ରୁଲ୍ସ, ୧୯୪୫ରେ ଏକ ବଡ଼ ସଂଶୋଧନ କରିଛନ୍ତି ସରକାର । ନୂଆ ନିୟମ ଅନୁସାରେ ଏଣିକି ବିନା ଡାକ୍ତରୀ ପ୍ରେସକ୍ରିପସନରେ ଅଧିକ ଆଲକହଲ୍ ଥିବା ମେଡିସିନ୍ ବିକ୍ରି ହୋଇପାରିବ ନାହିଁ । ଦେଶରେ କଫ୍ ସିରପ୍ ଏବଂ ଟନିକକୁ ନିଶା ଭାବେ ବ୍ୟବହାର କରିବାର ପ୍ରୋସେସ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯୁବପିଢ଼ି ଏହି ମାରାତ୍ମକ ନିଶା ଜାଲରେ ଫସି ନିଜ ଜୀବନ ନଷ୍ଟ କରୁଛନ୍ତି । ଏହାକୁ ରୋକିବା ପାଇଁ ଏବେ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ।

ସରକାର ଔଷଧ ନିୟମରେ ବଡ଼ ପରିବର୍ତ୍ତନ କରି ଅଧିକ ଆଲକହଲ୍ ମାତ୍ରା ଥିବା ସମସ୍ତ ସିରପ୍ ଓ ଟନିକକୁ ‘ସେଡ୍ୟୁଲ୍ H1’ ଶ୍ରେଣୀରେ ସାମିଲ କରିଛନ୍ତି । ଏହି ନୂଆ ନିୟମ ପରେ ଏବେ ଏଭଳି ସିରପ୍ ଗୁଡ଼ିକ କାଉଣ୍ଟରରେ ଖୋଲାଖୋଲି ବିକ୍ରି ହୋଇପାରିବ ନାହିଁ । ସେଡ୍ୟୁଲ H1ରେ ନିଦ ବଟିକା, ଶକ୍ତିଶାଳୀ ପେନକିଲର୍ ଏବଂ ନିଶା ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି। ୧୨ ପ୍ରତିଶତରୁ ଅଧିକ ଆଲକହଲ୍ ଥିବା ସମସ୍ତ ଓରାଲ୍ ଔଷଧ ଉପରେ ଏହି ନିୟମ ଲାଗୁ ହେବ । ଏଣିକି କଫ୍ ସିରପ୍ ବୋତଲ ଉପରେ ସ୍ୱତନ୍ତ୍ର ସତର୍କତାମୂଳକ ୱାର୍ଣ୍ଣିଂ ଲେବଲ୍ ଲଗାଇବା ବାଧ୍ୟତାମୂଳକ ହେବ । କମ୍ପାନିରୁ ଉତ୍ପାଦନ ହେବା ଠାରୁ ଆରମ୍ଭ କରି ଖୁଚୁରା ଦୋକାନୀଙ୍କ ପାଖରେ ବିକ୍ରି ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସପ୍ଲାଇ ଚେନ୍ ଉପରେ ସରକାର ତୀକ୍ଷ୍ଣ ନଜର ରଖିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking