29.9 C
Bhubaneswar
Tuesday, July 14, 2026
Homeଓଡିଶାପାଠ୍ୟପୁସ୍ତକ ତ୍ରୁଟି : ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ

ପାଠ୍ୟପୁସ୍ତକ ତ୍ରୁଟି : ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ

ଭୁବନେଶ୍ୱର: ପାଠ୍ୟପୁସ୍ତକରେ ତ୍ରୁଟି ମାମଲାରେ ବଡ଼ ଅପଡେଟ୍ । ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଅନିୟମିତତା ଅଭିଯୋଗର ତଦନ୍ତକୁ କ୍ରାଇମବ୍ରାଞ୍ଚ ଆହୁରି ତ୍ୱରାନ୍ୱିତ କରିଛି । ଏହି କ୍ରମରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖି ପଚରାଉଚରା କରୁଛି । ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା କଥିତ ଅନିୟମିତତାକୁ ନେଇ ତାଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଉଛି ।ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚର ଡିଏସପିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଏହି ମାମଲାର ଖୋଳତାଡ଼ କରୁଛି ।ତଦନ୍ତକାରୀ ଦଳ ପାଠ୍ୟପୁସ୍ତକ ପ୍ରସ୍ତୁତିରୁ ଆରମ୍ଭ କରି ମୁଦ୍ରଣ, ଅନୁମୋଦନ ଏବଂ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ଯାଞ୍ଚ କରୁଛି । ଏଥିସହ ଆବଶ୍ୟକ ଦସ୍ତାବିଜ, ରେକର୍ଡ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବୟାନ ମଧ୍ୟ ସଂଗ୍ରହ କରାଯାଉଛି । ପୂର୍ବରୁ ଏସସିଇଆରଟି ନିର୍ଦ୍ଦେଶକଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ପଚରାଉଚରା କରାଯାଉଥିବାରୁ ଏହି ମାମଲାର ତଦନ୍ତ ନୂଆ ମୋଡ଼ ନେଇଛି । ତଦନ୍ତରେ ଯାହା ତଥ୍ୟ ଓ ପ୍ରମାଣ ସାମ୍ନାକୁ ଆସିବ, ସେହି ଆଧାରରେ କ୍ରାଇମବ୍ରାଞ୍ଚ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking