27.2 C
Bhubaneswar
Tuesday, July 14, 2026
Homeଓଡିଶା୭ ଦିନିଆ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ

୭ ଦିନିଆ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଆଜି ସକାଳେ ପ୍ରାୟ ୧୦ଟା ସମୟରେ ସେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିବେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଗସ୍ତ ସମ୍ପୁର୍ଣ୍ଣ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ହୋଇଥିବା କୁହାଯାଉଛି । ସୂତ୍ର ଅନୁସାରେ , ନବୀନ ପଟ୍ଟନାୟକ ପ୍ରାୟ ସାତ ଦିନ ଦିଲ୍ଲୀରେ ରହିବେ । ଏହି ସମୟରେ ସେ କିଛି ବ୍ୟକ୍ତି ବ୍ୟକ୍ତିଗତ କାମ ସାରିବା ସହ ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପୂରଣ କରିବେ ବୋଲି ସୂଚନା ମିଳିଛି । ତେବେ ଏହି ଦିଲ୍ଲୀ ଗସ୍ତରେ କୌଣସି ରାଜନୈତିକ ବୈଠକ କିମ୍ବା ଦଳୀୟ କାର୍ଯ୍ୟକ୍ରମ ରହିଛି କି ନାହିଁ , ସେନେଇ ଏଯାଏଁ କୌଣସି ଔପଚାରିକ ସୂଚନା ସାମ୍ନାକୁ ଆସିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking