ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ସାଧାରଣ ପରିଷଦ ବୈଠକ ରେ ହୋହଲ୍ଲା । ଉନ୍ନତି ମୂଳକ କାର୍ଯ୍ୟ ଟେଣ୍ଡର ବାତିଲ କୁ ନେଇ ହୋହଲ୍ଲା । ଦୁଇ ମହିଳା କର୍ପୋରେଟର ଙ୍କ ଧାରଣା ।ଜାଣିଶୁଣି କାମ ଟେଣ୍ଡର ବାତିଲ କରିଥିବା ଅଭିଯୋଗ ରେ ଧାରଣା । ୩୭ ନମ୍ୱର୍ କର୍ପୋରେଟର ବନିତା ସାହୁ , ୬ନମ୍ୱର୍ ଶ୍ୱେତା ରେଖା ତ୍ରିପାଠୀ ଧାରଣାରେ ବସିଲେ । କର୍ପୋରେଟର ଶ୍ୱେତା ରେଖା ତ୍ରିପାଠୀ କାନ୍ଦିଲେ। ମେୟର ସଂଘମିତ୍ରା ଦଳାଇ ଆସି ବୁଝ ସୁଝା ପରେ ଶ୍ୱେତା ରେଖା ଧାରଣାରୁ ହଟିଲେ। ଯେଉଁ ମାନେ ବି ଟେଣ୍ଡର ବାତିଲ କରିଛନ୍ତି ସେହି ଜେଇ, sdo, ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆଶ୍ୱାସନା ପରେ କର୍ପୋରେଟର୍ ବନିତା ଧାରଣା ରୁ ହଟିଲେ।










