ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ମହାନଦୀ ପ୍ରସଙ୍ଗରେ ୧୧ଦିନ ଧରି ଦିଲ୍ଲୀରେ ହେବ ମାନସ ମନ୍ଥନ। ୧୬ ଜୁନ୍ ରୁ ୨୬ ଜୁନ୍ ପର୍ଯ୍ୟନ୍ତ ମହାନଦୀର ମୁଖ୍ୟ ପ୍ରସଙ୍ଗ ଗୁଡିକ ଉପରେ ହେବ ବ୍ୟାପକ ଚର୍ଚ୍ଚା ଆଲୋଚନା।ଟ୍ରିବ୍ୟୁନାଲର ପୂର୍ବ ଶୁଣାଣି ସମୟରେ ଦୁଇ ରାଜ୍ୟ ଛତିଶଗଡ଼ ଏବଂ ଓଡ଼ିଶା ତରଫରୁ ଏନେଇ ନିବେଦନ କରିଥିଲେ । ଉଭୟ ରାଜ୍ୟ ପାଇଁ ମୁଖ୍ୟ ପ୍ରସଙ୍ଗ ହେଉଛି ଉଭୟ ରାଜ୍ୟର ଜଳ ଆବଣ୍ଟନ । ଏ ନେଇ ଏକ ବିସ୍ତୃତ ଆଲୋଚନା ହେବା ଦରକାର ବୋଲି ଉଭୟ ରାଜ୍ୟ କହିଥିଲେ । ଉଭୟ ରାଜ୍ୟର ଟେକ୍ନିକାଲ ଟିମ୍ ଏବଂ ଲିଗାଲ ଟିମ୍ ଆଲୋଚନା କରିବେ ବୋଲି ପୂର୍ବ ଶୁଣାଣି ସମୟରେ କହିଥିଲେ ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ।ସେହିପରି ଯଦି ଦରକାର ପଡ଼ିଲେ ବୈଠକରେ CWCର ସହାୟତା ନିଆଯିବ ବୋଲି ମଧ୍ୟ ସେ କହିଥିଲେ । ଆଲୋଚନାର ଫଳାଫଳ ଟ୍ରିବ୍ୟୁନାଲ ପାଖରେ ଦାଖଲ କରିବେ ଉଭୟ ରାଜ୍ୟ । ୨୭ ଜୁନରେ ମାମଲାର ପରଵର୍ତ୍ତୀ ଶୁଣାଣି ହେବ।










