38.7 C
Bhubaneswar
Tuesday, June 16, 2026
Homeଓଡିଶାକେନାଲରୁ ମିଳିଲା ୬ ପିତ୍ତଳ ନାଗ

କେନାଲରୁ ମିଳିଲା ୬ ପିତ୍ତଳ ନାଗ

ଗଞ୍ଜାମ : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର କିଛି ବ୍ୟକ୍ତି ସେଗୁଡିକୁ ନେଇ ଗାଁ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ରଖିଛନ୍ତି। କୌଣସି ଦୁର୍ବୃତ୍ତ ଆଖପାଖ ଗାଁ ର କୌଣସି ଶୈବପୀଠ ରୁ ଚୋରି କରିବା ପରେ ସେଗୁଡ଼ିକୁ ଏକ ଜରି ଅଖାରେ ଆଣି କେନାଲ ରେ ଫୋପାଡି ଦେଇଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି।ସାଧାରଣତଃ ଶ୍ରଦ୍ଧାଳୁମାନେ ଶୈବପୀଠରେ ନାଗ ବସାଇବା ପାଇଁ ମାନସିକ କରିଥାନ୍ତି। ସେମାନଙ୍କ ମନୋସ୍କାମନା ପୂରଣ ପରେ ଶ୍ରଦ୍ଧାଳୁମାନେ ଗାଁର ଶୈବପୀଠ ମାନଙ୍କରେ ଅଭିଷେକ ପୂଜାର୍ଚ୍ଚନା ପରେ ଦେବତାଙ୍କ ନିକଟରେ ପିତ୍ତଳ ଓ ତମ୍ବା ନିର୍ମିତ ନାଗ ସ୍ଥାପନ କରିଥାନ୍ତି ବୋଲି କିଛି ପଣ୍ଡିତ ମତ ଦେଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking