39.6 C
Bhubaneswar
Thursday, June 11, 2026
Homeଦେଶ ବିଦେଶଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା

ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା

ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ, ବାହାରିନ, କୁଏତ ଏବଂ ଜୋର୍ଡାନ ଉପରେ କରାଯାଇଥିବା ଇରାନୀ ଆକ୍ରମଣର କଡ଼ା ଜବାବ ମିଳିବ। ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଗୁରୁବାର ସକାଳେ ଇରାନ ଉପରେ ଆମେରିକା ଦ୍ୱିତୀୟ ପର୍ଯ୍ୟାୟ ବିମାନ ଆକ୍ରମଣ ଆରମ୍ଭ କରିଛି।ଇରାନର ବିଭିନ୍ନ ସହରରେ ଆମେରିକା ବିମାନ ବୋମା ବର୍ଷା କରିଛି। ଆମେରିକା ଲଗାତାର ଦ୍ୱିତୀୟ ଦିନ ପାଇଁ ଇରାନ ଉପରେ ଆକ୍ରମଣ ଆରମ୍ଭ କରିବା ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣି ବୃଦ୍ଧି ପାଇଛି। ଆମେରିକାର ସେନାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ କହିଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ ଆରମ୍ଭ କରାଯାଇଛି। ଇରାନୀ ଗଣମାଧ୍ୟମ ଅନୁସାରେ, ଦକ୍ଷିଣ ବନ୍ଦର ସହର ବନ୍ଦର ଆବାସ, କେଶମ୍ ଦ୍ୱୀପ, ମିନାବ ଏବଂ ସିରିକରେ ବିସ୍ଫୋରଣ ହୋଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଇରାନରେ ସୂର୍ଯ୍ୟୋଦୟ ପୂର୍ବରୁ ବିମାନ ଆକ୍ରମଣ ସମାପ୍ତ ହୋଇଛି । ଇରାନର ସାମରିକ ନିରୀକ୍ଷଣ କ୍ଷମତା, ଯୋଗାଯୋଗ ବ୍ୟବସ୍ଥା ଏବଂ ବାୟୁ ପ୍ରତିରକ୍ଷା ସ୍ଥାନକୁ ଟାର୍ଗେଟ କରାଯାଇଛି। ଆକ୍ରମଣ ଆମେରିକାର ବାୟୁସେନା, ମାରିନ୍ ଏବଂ ନୌସେନା ଦ୍ୱାରା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking