26.7 C
Bhubaneswar
Saturday, July 4, 2026
Homeଦେଶ ବିଦେଶସରକାରୀ ଧାର୍ଯ୍ୟ ଦରରେ ମିଳିବ ଔଷଧ

ସରକାରୀ ଧାର୍ଯ୍ୟ ଦରରେ ମିଳିବ ଔଷଧ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର- ଡିପିସିଓ  ୨୦୧୩ରେ  ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି । ଏହାଦ୍ୱାରା ରୋଗୀମାନଙ୍କୁ ଶସ୍ତାରେ ଔଷଧ ମିଳିପାରିବ । ନୂଆ ନିୟମ ଅନୁଯାୟୀ, ଯଦି କୌଣସି ମେଡିକାଲ୍ ଷ୍ଟୋର୍ କିମ୍ବା କମ୍ପାନି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟଠାରୁ ଟଙ୍କାଟିଏ ବି ଅଧିକ ନିଅନ୍ତି , ତେବେ  ସେମାନଙ୍କ ବିରୋଧରେ କଠୋର ଆଇନଗତ ଓ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ନୂଆ ବିଜ୍ଞପ୍ତି ଅନୁଯାୟୀ,  ସରକାର ଗୋଟିଏ ଔଷଧର ଭିନ୍ନ ଭିନ୍ନ ପ୍ୟାକ୍ ସାଇଜ୍, ପ୍ୟାକେଜିଂ, ଡୋଜ୍  ଆଧାରରେ ଅଲଗା ଅଲଗା ସର୍ବାଧିକ  ମୂଲ୍ୟ ସ୍ଥିର କରିପାରିବେ। ଏହାଦ୍ୱାରା ବଜାରରେ ଭିନ୍ନ ଭିନ୍ନ ପ୍ୟାକେଜିଂରେ ଆସୁଥିବା ଔଷଧର ମନଇଚ୍ଛା ଦାମ୍ ଉପରେ ରୋକ୍ ଲାଗିବ ଏବଂ ସେଗୁଡ଼ିକର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କରିବା ସହଜ ହେବ। ଏହାସହ ନିୟମକୁ କଡ଼ାକଡ଼ି କରି ସରକାର ସ୍ପଷ୍ଟ କରିଛନ୍ତି ଯେ,  କୌଣସି କମ୍ପାନି ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା  ନେଲେ ତାକୁ ଅଧିକ ନେଇଥିବା ଅର୍ଥ ସୁଧ ସହିତ ଫେରସ୍ତ କରିବାକୁ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking