ଭୁବନେଶ୍ୱର : ଆଇଏମଡିର ରେଡ ଆଲର୍ଟରେ ଓଡ଼ିଶା। ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡିଶା, ଗୁଜରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି ।ଓଡ଼ିଶା ପାଇଁ ସତର୍କତା ଜାରି କରାଯାଇଥିବା ବେଳେ ଆଜି ୫ ଜିଲ୍ଲାରେ ଅତି ଭୀଷଣ ବର୍ଷା ନେଇ ଆଲର୍ଟ କରାଯାଇଛି। ଆଜିଠାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ ଓ କଳାହାଣ୍ଡିକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ୫ରୁ ୬ତାରିଖ ସକାଳ ସାଢ଼େ ୮ଟା ଯାଏଁ ନୂଆପଡ଼ା, ବରଗଡ଼, ସମ୍ବଲପୁର ପାଇଁ ସତର୍କତା ଜାରି କରାଯାଇଛି।










