ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ ହୋଇଛି । ଖରାପ ପାଗ ଓ ଆବହା ଅବସ୍ଥାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ସୂଚନା ମିଳିଛି । ଏନେଇ ବରଗଡ ସାଂଦ ପ୍ରଦୀପ ପୁରୋହିତୋ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଅନୂକୂଳ ପାଗ ନଥିବାରୁ ଯାତ୍ରା ଓ ସମସ୍ତ ଆଧିକାରିକ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମ ରହିଥିଲା । ଅମିତ ଶାହ ୩ ତାରିଖରୁ ୫ ତାରିଖ ଯାଏଁ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିଲା ତେବେ ପାଗ ଖରାପ ଥିବାରୁ ସେଗୁଡିକ ପରେ ପୁନଃ ସୂଚିବଦ୍ଧ କରାଯିବ ବୋଲି ଆଶା କରାଯାଉଛି ।ଏହି ଘଟଣା ପରେ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି, ଆଗାମୀ ତାରିଖରେ ଗସ୍ତ ପୁନଃ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି ।










