ଭୁବନେଶ୍ୱର: ଆଇଆଇସିଙ୍କ ମୃତ୍ୟୁ ପାଇଁ କେହି ଦାୟୀ ଥିଲେ କଡା କାର୍ଯ୍ୟାନୁଷ୍ଠାନ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜଣେ ଭଲ ଅଫିସରଙ୍କ ଏଭଳି ମନସ୍ତାତ୍ତ୍ୱିକ ସ୍ଥିତି କାହିଁକି, ତାହା କଷ୍ଟଦାୟକ । ବିଭାଗୀୟ ତଦନ୍ତ ପରେ ଜୀବନ ହାରିବାର ପ୍ରକୃତ କାରଣ ଜଣାପଡିବ । ରିପୋର୍ଟ ଆଦାରରେ କାର୍ଯ୍ୟାନୁଷ୍ଠାନ ହେବ । ସୂଚନାଥାଉକି, ଶନିବାର କଟକ ଜିଲ୍ଲା ଚାଉଳିଆଗଞ୍ଜା ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।










