ଭୁବନେଶ୍ୱର: ଭୁବନେଶ୍ବରରେ ମୁକୁଳା ଡ୍ରେନ୍ରେ ଭାସି ଜଣେ ନିଖୋଜ । ବାଣୀବିହାର ନିକଟ କେନାଲରେ ଭାସିଗଲେ ଯୁବକ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଯୁବକଙ୍କୁ ଉଦ୍ଧାର କାର୍ଯ୍ୟ । ଏପିରିକି ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ତଦାରଖ କରୁଛନ୍ତି । ଶନିବାର ମଧ୍ୟାହ୍ନ ସମୟ । ବାଣୀବିହାର ନିକଟ କେନାଲରୁ ଆସିଲା ଏକ ଦୁଃଖଦ ଖବର । ଯାହା ମନେ ପକାଇଲା ୨୦୨୧ ମସିହାର କଥା । ଯେଉଁଦିନ ଜଣେ ନାବାଳକ କେନାଲ ପାଣିରେ ଭାସିଯାଇଥିଲା । ସେହିପରି ଭାବରେ ବାଣୀବିହାର ନିକଟ କେନାଲରେ ଜଣେ ଯୁବକ ଭାସିଯିବାର ଖବର ଆସିଲା । ଏହାପରେ ତୁରନ୍ତ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଯେଉଁଥିରେ ଓ଼ଡ୍ରାଫ୍ ଟିମ୍ ଏବଂ ଏନଡିଆରଏଫ୍ ଟିମ୍କୁ ସାମିଲ କରାଯାଇଛି । ଏହାସହିତ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛି । ହେଲେ ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ଖୋଜାଖୋଜି ପରେ ବି ନିଖୋଜ ଯୁବକଙ୍କ ପତ୍ତା ମିଳିନାହିଁ । ଏବେ ବି ଉଦ୍ଧାର କାରୀ ଦଳମାନେ ସର୍ଚ୍ଚ ଅପରେସନ କରୁଛନ୍ତି । ଏପିରିକି ଲାଇଫ ଜ୍ୟାକେଟ୍ ମଧ୍ୟ ଧରି ପାଣିର ସୁଅରେ କରୁଛନ୍ତି ସର୍ଚ୍ଚ ଅପରେସନ ।










