34.1 C
Bhubaneswar
Monday, May 25, 2026
Homeଓଡିଶାଦଳ ପାଇଁ କିଛି କ୍ଷତି ହେବନି: ପ୍ରମିଳା

ଦଳ ପାଇଁ କିଛି କ୍ଷତି ହେବନି: ପ୍ରମିଳା

ଭୁବନେଶ୍ୱର: ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ପ୍ରମିଳା ମଲ୍ଲିକ । ଦଳ ପାଇଁ କିଛି କ୍ଷତି ହେବନି କହିଲେ ପ୍ରମିଳା ମଲ୍ଲିକ । ବିଜେଡି ସରକାରରୁ ଗଲା ପରେ ସେ ବିଜେପି ସହ ଯୋଗାଯୋଗରେ ଥିଲେ । ତେଣୁ ୱାକଫ ବିଲ ବେଳେ ସେ ସଂଦରେ ଅନୁପସ୍ଥିତ ରହିଲେ । ନିଶାସକ୍ତ ହୋଇ କେଉଁଠି ଭୁଲ କରିଥିବେ ସେଥିପାଇଁ ବିଜେପି ୱାଶିଂ ମେସିନକୁ ଗଲେ । ବିଜେପି ୱାଶିଂ ମେସିନରେ ପଡି ସଫା ହେବାକୁ ଗଲେ । ଗୋଟିଏ ଦିନ ବି ସେ ସେ ସଂସଦରେ ଓଡିଶା ଲୋକଙ୍କ ସମସ୍ୟା ଉଠାଇ ନାହାନ୍ତି । ଏଭଳି ଲୋକ ଦଳରୁ ଗଲେ ଦଳ ଆହୁରି ମଜଭୁତ ହେବ । ଦେବାଶିଷ ସାମନ୍ତରାୟ ଉଭୟ ବିଜେଡିର ପ୍ରାଥମିକ ସଦସ୍ୟ ପଦ ଏବଂ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ଏହା କେଉଁଠି ନା କେଉଁଠି ବିଜେଡି ଉପରେ ଭାରି ପଡିବା ସହ ଦଳକୁ ଶକ୍ତ ଝଟକା ଲାଗିଛି ବୋଲି କହିପାରିବା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking