30.1 C
Bhubaneswar
Thursday, May 9, 2024
Homeଅପରାଧବାପା ଘରକୁ ଯିବାକୁ ବାରଣ କରିବାରୁ ସ୍ୱାମୀର ଆଖି ଫୁଟାଇ ଦେଲା ସ୍ତ୍ରୀ

ବାପା ଘରକୁ ଯିବାକୁ ବାରଣ କରିବାରୁ ସ୍ୱାମୀର ଆଖି ଫୁଟାଇ ଦେଲା ସ୍ତ୍ରୀ

ଲକ୍ଷ୍ନୌ: ବାପା ଘରକୁ ଯିବାକୁ ସ୍ତ୍ରୀକୁ ମନା କରିଦେଲା ସ୍ୱାମୀ । ସ୍ତ୍ରୀର ମୁଣ୍ଡରେ ଚଢ଼ିଲା ପିତ । ରାଗରେ ଜର୍ଜରିତ ହୋଇ ସ୍ୱାମୀର ଆଖି ଫୁଟାଇ ଦେଲା ସ୍ତ୍ରୀ । ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର କୋନ୍ ପୋଲିସ ଷ୍ଟେସନ ଅଞ୍ଚଳର ରାମଘରରେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଆହତ ସ୍ୱାମୀ ହେଉଛନ୍ତି ଗୁଲାମ ରବାନୀ ଓ ତାଙ୍କୁ ଆକ୍ରମଣ କରିଥିବା ସ୍ତ୍ରୀ ହେଉଛନ୍ତି ଅଲକମା ପରବୀନ ।

ସୂଚନା ଅନୁଯାୟୀ, ଗୁଲାମ ରବାନୀ ଓ ଅଲକମା ପରବୀନଙ୍କ ମଧ୍ୟରେ ଶୁକ୍ରବାର ବଚସା ହୋଇଥିଲା । ଅଲକମା ବାପ ଘରକୁ ଯିବାକୁ ଜିଦ ଧରିଥିଲେ । କିନ୍ତୁ ଏହାକୁ ବାରଣ କରିଥିଲେ ଗୁଲାମ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । ଅଲକମା ରାଗିଯାଇ ପାଖରେ ଥିବା ଏକ ବାଟିରେ ତାଙ୍କ ସ୍ୱାମୀ ଗୁଲାମଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ଗୁଲାମଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ରେଫର କରାଯାଇଛି ।

ଏପରି ଘଟଣା ପରେ ଥାନାରେ ଗୁଲାମ ରବାନୀଙ୍କ ପରିବାର ଲୋକେ ତାଙ୍କ ପତ୍ନୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆହତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ସ୍ତ୍ରୀ ତାର ସ୍ୱାମୀକୁ ବାଡ଼ିରେ ଆକ୍ରମଣ କରି ଆଖି ଫୁଟାଇ ଦେଇଛି । ଅନ୍ୟପଟେ ଆହତଙ୍କ ପତ୍ନୀ ଯୌତୁକ ନିର୍ଯାତନାର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତଦନ୍ତ ପରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଉତ୍ତରପ୍ରଦେଶର ହମୀରପୁରରେ ଶୋଇଥିବା ଅବସ୍ଥାରେ ସ୍ତ୍ରୀକୁ ସ୍ୱାମୀ ଜୀଅଁନ୍ତା ଜାଳିଦେଇଥିବା ଖବର ସାମ୍ନାକୁ ଆସିଛି । ଶ୍ୱଶୁର ବଞ୍ଚାଇବାକୁ ଧାଇଁ ଆସିବାରୁ ତାଙ୍କୁ ମଧ୍ୟ ପଥରରେ ଛେଚି ହତ୍ୟା କରିଥିଲା ଅଭିଯୁକ୍ତ । ଶେଷରେ ସେ ନିଜକୁ ଗୁଳି କରିଦେଇଥିବା ଜଣାପଡ଼ିଛି । ଅଭିଯୁକ୍ତର ନାମ ଓମପ୍ରକାଶ । ପାରିବାରିକ କଳହ ଯୋଗୁଁ ଘଟିଲା ଏପରି ହତ୍ୟାକାଣ୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking