27.1 C
Bhubaneswar
Friday, May 10, 2024
Homeଅପରାଧନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା

ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା

ସମ୍ବଲପୁର: ଶିକ୍ଷକ ସାଜିଲେ ଭକ୍ଷକ । ସ୍କୁଲ୍ ଭିତରେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା । ସମ୍ବଲପୁର ସହରର ବରେଇପାଲି ଥାନା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି କ୍ଷ ସ୍କୁଲର ଇଂରାଜୀ ଶିକ୍ଷକ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି କ୍ଷ ଏନେଇ ଥାନାରେ ପୀଡିତାଙ୍କ ବାପାମାଆ ଓ ସ୍କୁଲ ପ୍ରିନ୍ସିପାଲ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ପୀଡିତା ନବମ ଶ୍ରେଣୀର ଛାତ୍ରୀ । ୩ ଦିନ ତଳେ ଇଂରାଜୀ ଶିକ୍ଷକ ସ୍କୁଲ୍ ଭିତରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ହେଲେ ସେଦିନ ନାବାଳିକା ଭୟରେ ଏ କଥା କାହାରିକୁ ଜଣାଇ ପାରିନଥିଲେ । କିନ୍ତୁ ଗତକାଲି ରାତିରେ ସେ ସାହାସ ଜୁଟାଇ ବାପାମାଆଙ୍କ ଆଗରେ ଅଭିଯୁକ୍ତ ସାରଙ୍କ ନିର୍ଯାତନା ବିଷୟରେ କହିଥିଲେ । ଏହା ଶୁଣି ପୀଡିତାଙ୍କ ବାପାମାଆ ଆଜି ଅଭିଭାବକ ସଂଘ ନିକଟରେ ଏ ବିଷୟରେ ଜଣାଇଥିଲେ । ଏହାପରେ ଅଭିଭାବକ ସଂଘ ସ୍କୁଲ ପ୍ରିନ୍ସିପାଲଙ୍କ ନିକଟରେ ବିରୋଧରେ ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରିନ୍ସିପାଲ ଏବଂ ଅଭିଭାବକ ବରେଇପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ସ୍କୁଲରେ ପହଞ୍ଚି ଇଂରାଜୀ ଶିକ୍ଷକଙ୍କୁ ଉଠାଇ ନେଇଥିଲା ।

ଏହି ଖବର ପ୍ରଘଟ ହେବା ପରେ ଉପଜିଲ୍ଲାପାଳ, ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ସ୍କୁଲ କମିଟି ସହିତ ଆଲୋଚନା କରିଛନ୍ତି । ଅଭିଭାବକ ସଂଘ ପକ୍ଷରୁ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ତେବେ ପୋଲିସ କେବଳ ସମ୍ପୃକ୍ତ ଶିକ୍ଷକଙ୍କୁ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ରହିଛି । ଏନେଇ ଉପଜିଲ୍ଲାପାଳ କହିଛନ୍ତି ଯେ, ଉଭୟ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି କ୍ଷ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି କ୍ଷ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍କୁଲ୍ ହେଉଛି ବିଦ୍ୟା ମନ୍ଦିର । କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ା କାରଖାନା । ହେଲେ ସେହି ପବିତ୍ର ମନ୍ଦିରରେ ନିରୀହ ଛାତ୍ରଛାତ୍ରୀଙ୍କ ସହ ଏଭଳି ପାଶବିକତା ସଭ୍ୟ ସମାଜକୁ କଳଙ୍କିତ କରିଛି । କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାର ଏକ ଆଶ୍ରମ ବିଦ୍ୟାଳୟରୁ ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା । ସ୍କୁଲ ଭିତରେ ଦୁଇ ଜଣ ଶିକ୍ଷକ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking