29.1 C
Bhubaneswar
Monday, May 6, 2024
Homeଓଡିଶାଚୋରକୁ ଛେଚି ପୋଲିସରେ ଜିମା ଦେଲେ ଯୁବତୀ

ଚୋରକୁ ଛେଚି ପୋଲିସରେ ଜିମା ଦେଲେ ଯୁବତୀ

ଭୁବନେଶ୍ୱର : ଘରୁ ଚୋରି କରି ଫେରାର୍ ହେବାକୁ ଉଦ୍ୟମ କରୁଥିବା ଜଣେ ଚୋରକୁ ୨ଜଣ ଯୁବତୀ ନିସ୍ତୁକ ମାଡ଼ ମାରିଛନ୍ତି । ପରେ ତାକୁ ପୋଲିସ ଜିମାରେ ଦେବା ସହ ଏଭଳି ନକରିବାକୁ ଚେତାବନୀ ଦେଇଛନ୍ତି । ଏଭଳି ଘଟଣା ଭରତପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଚୋରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଦୀନବନ୍ଧୁ ବେହେରା ହୋଇଥିବାବେଳେ ତା’ ଠାରୁ ସୁନାଗହଣା ସମେତ ୨୫୦୦ଟଙ୍କା ଜବତ ହୋଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ଓ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଦୀନବନ୍ଧୁ ପ୍ରଥମଥର ପାଇଁ ଚୋରି କରୁଥିଲା। ହେଲେ ଫେଲ୍ ମାରିଗଲା ।

ସୂଚନା ଅନୁଯାୟୀ, ଭରତପୁର ଥାନା ଅନ୍ତର୍ଗତ ସାଁପୁର ଶ୍ରୀବିହାରର ସୌମ୍ୟରଞ୍ଜନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ୨ଜଣ ଯୁବତୀ ଭଡ଼ାରେ ରହୁଛନ୍ତି । ସମ୍ପୃକ୍ତ ଯୁବତୀଦ୍ୱୟ ସମ୍ ହସ୍ପିଟାଲରେ ଚାକିରି କରୁଛନ୍ତି । ସୋମବାର ପୂର୍ବାହ୍ଣ  ସମୟରେ ଯୁବତୀଦ୍ୱୟ ରୁମ୍ ତାଲା ପକାଇ ହସ୍ପିଟାଲକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦିନବନ୍ଧୁ ଯୁବତୀଙ୍କ ରୁମ ଭାଙ୍ଗି ଭ୍ୟାନିଟ୍‍ ବ୍ୟାଗ ନେଇ ପଳାଇବାକୁ ଉଦ୍ୟମ କରୁଥିଲା । ଯୁବତୀମାନେ ଘରେ କିଛି ଜିନିଷ ଛାଡିଥିବାରୁ ପୁଣି ରୁମକୁ ଆସି ଦେଖିବାବେଳକୁ ରୁମ ଖୋଲାଥିବା ସହ ଦୀନବନ୍ଧୁ ସେହି ଭ୍ୟାନିଟ୍‍ ବ୍ୟାଗକୁ ନେଇ ପଳାଉଥିଲା । ଏହାଦେଖି ଯୁବତୀଦ୍ୱୟ ଚୋରକୁ କାବୁ କରି ଛେଚିଥିଲେ । ପରେ ସ୍ଥାନୀୟଲୋକଙ୍କ ସହାୟତାରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ  ପହଞ୍ଚି ଚୋରକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking