30.1 C
Bhubaneswar
Sunday, May 19, 2024
Homeଓଡିଶାପୋଲିସ ହେବ ତ ଏମିତି

ପୋଲିସ ହେବ ତ ଏମିତି

ଭୁବନେଶ୍ୱର: ଏକ ଦୃଷ୍ଟିହୀନ ଦମ୍ପତ୍ତିଙ୍କୁ ତାଙ୍କ ଦୃଷ୍ଟିହୀନ ଶିଶୁର କର୍କଟ ଚିକିତ୍ସା ପାଇଁ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରି ଇନ୍‌ଫୋସିଟି ଥାନାଧିକାରିଣୀ ସମିତା ମିଶ୍ର ଅନ୍ୟ ପୋଲିସମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।  ସୂଚନା ଅନୁଯାୟୀ, ରାଜଧାନୀରେ ରହୁଥିବା ଦୃଷ୍ଟିହୀନ ଦମ୍ପତି ଅଶୋକ ନାୟକ ଓ ସୁମିତ୍ରା ନାୟକଙ୍କ ଏକ ଦୃଷ୍ଟିହୀନ ଶିଶୁ ଜନ୍ମ ହୋଇଛି । ଏହା ଭାଗ୍ୟର ବିଡ଼ମ୍ବନା ହୋଇପାରେ, ହେଲେ ବାସ୍ତବକୁ ସେମାନେ ଗ୍ରହଣ କରିଛନ୍ତି । ମାତ୍ର ଶିଶୁଟି ଏବେ ଚକ୍ଷୁ କର୍କଟ ରୋଗରେ ପୀଡିତ ଅଛି । ବାପା-ମା’ ଦୁହେଁ ଶିଶୁର ଚିକିତ୍ସା ଲାଗି ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ହେଲେ ଶିଶୁଟିର ଉନ୍ନତମାନ ଚିକିତ୍ସାର ଆବଶ୍ୟକତା ରହିଛି । ଏଥିପାଇଁ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ପଡ଼ିବ ବୋଲି ଡାକ୍ତର କହୁଛନ୍ତି । ମାତ୍ର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜୁଛି ।

ବିଭିନ୍ନ ଲୋକଙ୍କୁ ସାହାଯ୍ୟ ସହଯୋଗ ମାଗୁଥିଲେ ମଧ୍ୟ ତାହା ପର୍ଯ୍ୟପ୍ତ ହୋଇପାରୁନାହିଁ । ଶିଶୁଟିର ଚିକିତ୍ସା ଲାଗି ଅର୍ଥ ଆବଶ୍ୟକ ବୋଲି ଇନ୍‌ଫୋସିଟି ଥାନା ଅଧିକାରିଣୀ ସମିତା ମିଶ୍ର ଜାଣିବାକୁ ପାଇଥିଲେ । ପରେ ପୋଲିସ କମିଶନର ଓ ଡିସିପିଙ୍କ ମାନବୀୟ ଓ ଆଦର୍ଶ ପୁଲିସିର ଚିନ୍ତା ଧାରାରେ ଅନୁପ୍ରାଣିତ ହୋଇ ସମିତା ନିଜ ଥାନାର ସମସ୍ତ କର୍ମଚାରୀଙ୍କ ବ୍ୟକ୍ତିଗତ ସହଯୋଗରେ ଶିଶୁର ଚିକିତ୍ସା ପାଇଁ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହାସହ ଶିଶୁଟିକୁ କେମିତି ଅଧିକ ସହଯୋଗ ମିଳିପାରିବ, ସେନେଇ ଚେଷ୍ଟା ଚଳାଇଛନ୍ତି । ଥାନା ଅଧିକାରିଣୀଙ୍କ ଏଭଳି ମହାନତାକୁ ଅଶୋକଙ୍କ ପରିବାର ପ୍ରସଂଶା କରିଛନ୍ତି । କେବଳ ଅଶୋକଙ୍କ ପରିବାର ନୁହେଁ, ବରଂ ସାଧାରଣ ଲୋକେ ମଧ୍ୟ କମିଶନରେଟ ପୋଲିସର ଏଭଳି ମହାନକାର୍ଯ୍ୟକୁ ପ୍ରସଂଶା କରିବା ସହ ଥାନା ଅଧିକାରିଣୀଙ୍କୁ ସାଧୁବାଦ ଜଣାଇଛନ୍ତି । ଅନ୍ୟପକ୍ଷେ ରାଜ୍ୟସରକାର ଏହି ଶିଶୁଟିର ଚିକିତ୍ସା ଲାଗି ଆର୍ôଥକ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking