28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୨୬ରେ ସର୍ବଦଳୀୟ ବୈଠକ

୨୬ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ:  ଆଫଗାନିସ୍ତାନ ସଙ୍କଟ ପ୍ରସଙ୍ଗରେ ଆଲୋଚନା କରିବାକୁ କେନ୍ଦ୍ର ସରକାର ଆସନ୍ତା ୨୬ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି। ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ ଆଫଗାନିସ୍ତାନର ସାଂପ୍ରତିକ ରାଜନୈତିକ ଓ ସାମାଜିକ ସ୍ଥିତିି ସମ୍ପର୍କରେ ସବୁ ଦଳର ନେତାଙ୍କୁ ଅବଗତ କରାଇବାକୁ ମୋଦୀ ଇତିମଧ୍ୟରେ ବିଦେଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସେଦିନ ସକାଳ ୧୧ଟା ସମୟରେ ବିରୋଧୀ ଦଳର ନେତାଙ୍କୁ ଆଫଗାନ ସ୍ଥିତି ସମ୍ପର୍କରେ ଭାରତର ଆଭିମୁଖ୍ୟ ଅବଗତ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ୍ କରି କହିଛନ୍ତି ।

ଭାରତ ସରକାର ବର୍ତ୍ତମାନ ଆଫଗାନିସ୍ତାନରେ ଅଟକିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣୁଛନ୍ତି । ଏଥିପାଇଁ ରାଜଧାନୀ କାବୁଲରୁ ଦୁଇଟି ବିମାନ ପ୍ରତିଦିନ ଭାରତ ଅଭିମୁଖେ ଯାତ୍ରା କରୁଥିବା ସେ କହିଛନ୍ତି । କେବଳ ଭାରତୀୟ କାହିଁକି, ଆଫଗାନିସ୍ତାନ ଛାଡିବାକୁ ଆଗ୍ରହୀ ଥିବା ଅନ୍ୟ ଦେଶର ନାଗରିକଙ୍କୁ ମଧ୍ୟ ସାହାଯ୍ୟ କରାଯିବ ବୋଲି ସେ ଜଣାଇଛନ୍ତି । ଭାରତ ସରକାର ଇତିମଧ୍ୟରେ କାବୁଲରୁ ୪୦୦ରୁ ଅଧିକ ଲୋକଙ୍କୁ ସ୍ୱଦେଶ ଫେରାଇ ଆଣିସାରିଲେଣି । ଭାରତୀୟ ବାୟୁସେନା ବ୍ୟତୀତ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ବିସ୍ତାରା ଏୟାରଲାଇନ୍ସକୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking