32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଏହି ମନ୍ଦିରରେ ଆଜି ମଧ୍ୟ ରହିଛି ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସ

ଏହି ମନ୍ଦିରରେ ଆଜି ମଧ୍ୟ ରହିଛି ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସ

ନୁଆଦିଲ୍ଲୀ : ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା କଳସ କଥା ତ ସମସ୍ତେ ଜାଣିଥିବେ । ତେବେ କିଛି ଲୋକ ଏହାକୁ କେବଳ ପୌରାଣିକ କଥା ବୋଲି ମାନିଥାନ୍ତି । କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୁସ୍ଲିମ୍ ଦେଶ ଇଣ୍ଡୋନେସିଆରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଆଜି ମଧ୍ଯ ସେହି ଅମୃତ କଳସ ରହିଛି ।

ଏହି ମନ୍ଦିରର ନାମ କଣ୍ଡି ସୁକୁନ୍ଦ ଯାହା ମଧ୍ଯ ଓ ପୂର୍ବ ଜାଭା ପ୍ରାନ୍ତ ସୀମାରେ ମାଉଣ୍ଟ ଲାବୁର ପଶ୍ଚିମ ତଟରେ ସ୍ଥିତ । ଏହି ପ୍ରାଚୀନ ମନ୍ଦିରରେ ଏମିତି ଏକ କଳସ ଅଛି ଯେଉଁଥିରେ ହଜାର ହଜାର ବର୍ଷ ହେଲାଣି ଏକ ପଦାର୍ଥ ରହିଆସିଛି  । କୁହାଯାଉଛି ଏହି ଦ୍ରବ୍ୟ ହେଉଛି ଅମୃତ, ଯାହା ଆଜି ପର୍ଯ୍ଯନ୍ତ ଶୁଖିନି ।୨୦୧୬ ମସିହାରେ ଇଣ୍ଡୋନେସିଆରେ ପ୍ରତ୍ନତତ୍ତ୍ୱବିତଙ୍କ ଦ୍ୱାରା ଏହି ମନ୍ଦିରର ମରାମତି କାମ ଚାଲିଥିଲା । ସେହି ସମୟରେ ମନ୍ଦିରର କାନ୍ଥରୁ ଏକ ତମ୍ବା କଳସ ମିଳିଥିଲା ଯାହା ଉପରେ ଏକ ପାରଦର୍ଶୀ ଶିବଲିଙ୍ଗ ସ୍ଥାପିତ ହୋଇଥିଲା ଏବଂ ଭିତରେ କୌଣସି ପଦାର୍ଥ ଭରି ହୋଇରହିଥିଲା ।

ରିସର୍ଚ୍ଚ ପରେ ଜଣା ପଡିଲା ଯେ ତମ୍ବା ପାତ୍ରଟିକୁ ଏମିତି ବନ୍ଦ କରାଯାଇଛି ଯେ କେହି ବି ଏହାକୁ ଖୋଲିପାରିବେନି । ଆଉ ଏକ କଥା ସବୁଠାରୁ ଆଶ୍ଚର୍ଯ୍ୟ କରୁଥିଲା ଯେ ଯେଉଁ କାନ୍ଥରୁ ଏହା ମିଳିଥିଲା ସେଥିରେ ସମୁଦ୍ର ମନ୍ଥନର ନକସା ଅଙ୍କା ଯାଇଥିଲା ଏବଂ ମହାଭାରତ ଆଦି ପର୍ବ ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା ।କୁହାଯାଏ ଏହି ତମ୍ବାର କଳସ ୧୦୦୦ ଖ୍ରୀଷ୍ଟପୂର୍ବ ତଳର । ଯଦିଓ ଏହି ମନ୍ଦିର ୧୪୩୭ ଖୀଷ୍ଟପୂର୍ବ ତଳେ ନିର୍ମାଣ କରାଯାଇଥିଲା ।  ସେତେବେଳେ ମାଲେସିଆ ସମ୍ପୂର୍ଣ୍ଣ ରୂପେ ହିନ୍ଦୁ ରାଷ୍ଟ୍ର ଥିଲା । କିନ୍ତୁ ପଞ୍ଚଦଶ ଶତାବ୍ଦୀରେ ଏହି ମନ୍ଦିରକୁ ଧ୍ୱସଂ କରିଦିଆଯାଇଥିଲା । ଏହି ମାନ୍ଯତା ରହିଛି ଯେ ସେବେଠାରୁ ଏହି ତମ୍ବା କଳସ ସେହି ମନ୍ଦିରରେ ଲୁଚାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking