31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶତାଲିବାନର ପଞ୍ଜଶିର ଦଖଲ ଉଦ୍ୟମକୁ ବଡ଼ ଝଟକା

ତାଲିବାନର ପଞ୍ଜଶିର ଦଖଲ ଉଦ୍ୟମକୁ ବଡ଼ ଝଟକା

କାବୁଲ : ପଞ୍ଜଶିର ସେନାର କଡ଼ା ଜବାବ । ତାଲିବାନର ପଞ୍ଜଶିର ଦଖଲ ଉଦ୍ୟମକୁ ବଡ଼ ଝଟକା। ମାସୁଦ ସେନା ୧୨୦ ବନ୍ଦୀ ତାଲିବାନଙ୍କ ଜାରି କଲା ଫଟୋ। ଯୁଦ୍ଧ ଫ୍ରଣ୍ଟଲାଇନରେ ଅଛନ୍ତି ଖୋଦ ଅହମ୍ମଦ ମାସୁଦ। ତାଲିବାନ ଆତଙ୍କବାଦୀ ମଙ୍ଗଳବାର ରାତିରେ ପଞ୍ଜଶିର ମଧ୍ୟକୁ ପ୍ରବେଶ ଉଦ୍ୟମ କଲାବେଳେ ଅହମ୍ମଦ ମାସୁଦଙ୍କ ନେତୃତ୍ୱାଧୀନ ନର୍ଦଣ୍ଣ ଆଲିଆନ୍ସ ଏହାର କଡ଼ା ଜବାବ ଦେଇଥିଲା। ଖାଓ୍ଵାକ ସିରମିକ୍ସ ୟଠାରେ ପ୍ରାୟ ୩୫୦ ତାଲିବାନ ଆତଙ୍କବାଦୀଙ୍କୁ ନିପାତ ସହ ବହୁ ତାଲିବାନଙ୍କୁ ବନ୍ଦୀ ରଖିଥିଲେ। ସେମାନଙ୍କ ଠାରୁ ଅନେକ ଆମରିକୀୟ ସାମରିକ ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଥିଲା। ଏହି ଘଟଣା ପରେ ତାଲିବାନ ପଛଘୁଞ୍ଚା ଦେଇଥିବା ଜଣାପଡିଛି। ଅପରପକ୍ଷରେ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ ପାଇଁ ତାଲିବାନ ଓ ପଞ୍ଜଶିର ନେତାଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି। ତାଲିବାନ ସହିତ ଆଲୋଚନା ନିରର୍ଥକ ବୋଲି ପଞ୍ଜଶିର ନେତା କହିଛନ୍ତି। ଏହାସତ୍ତ୍ୱେ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ପଞ୍ଜଶିରବାସୀଙ୍କ ସହ ବୁଝାମଣା ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking